ଦ୍ୱିତୀୟ ପର୍ଯ୍ୟାୟରେ ପୁଣି କେଇ ସେକେଣ୍ଡରେ ଭୁଶୁଡ଼ିଲା ଦୁଇଟି କୋଠା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 11, 2020

ଦ୍ୱିତୀୟ ପର୍ଯ୍ୟାୟରେ ପୁଣି କେଇ ସେକେଣ୍ଡରେ ଭୁଶୁଡ଼ିଲା ଦୁଇଟି କୋଠା

ତ୍ରିଭେନ୍ଦ୍ରମ: କେରଳର ଏରନାକୁଲମ ଜିଲ୍ଲାର ମରଦୁରେ ଥିବା ବେଆଇନ କୋଠା ଭଙ୍ଗା କାମ ଶେଷ ହୋଇଛି। ଶନିବାର ପାଖରୁ ଆରମ୍ଭ ହୋଇଥିବା ଏହି କୋଠା ଭଙ୍ଗା କାମ ଆଜି ଶେଷ ହୋଇଛି। ଆଜି ୧୭ ମହଲା ବିଶିଷ୍ଟ ଜେନ୍ କୋରାଲ କୋଭେ ଏବଂ ଗୋଲଡେନ କୟଲୋରମ କୋଠା ଭଙ୍ଗାଯାଇଛି। ଗତକାଲି ହୋଲିପେଥ ଆପାର୍ଟମେଣ୍ଟ କମ୍ପଲେକ୍ସର ୯୦ଟି ଫ୍ଲାଟ ଏବଂ ଆଲ୍ଫା ସେରେନେ କମ୍ପଲେକ୍ସର ୭୩ଟି ଫ୍ଲାଟ ଭଙ୍ଗାଯାଇଥିଲା। ଏହି ବହୁତଳ ଅଟ୍ଟଲିକା ଭାଙ୍ଗିବା ପାଇଁ ପ୍ରଶାସନ ଉଚ୍ଚ ନିୟନ୍ତ୍ରଣାଧୀନ ବିସ୍ପୋଟକ ସାମଗ୍ରୀକୁ ବ୍ୟବହାର କରିଛି। ଫଳରେ ମାତ୍ର ୫ ସେକେଣ୍ଡରେ କୋଠାଟି ତାସର ଘର ପରି ଭୁଶୁଡ଼ି ପଡ଼ିଛି।

କୋଚ୍ଚି ସମୁଦ୍ର କୂଳରେ ମୋଟ୍ ୪ଟି ବେଆଇନ କୋଠା ରହିଥିଲା। ଯାହାକି ବେଆଇନ ଏବଂ ସମୁଦ୍ର କୂଳ ନିୟମକୁ ଉଲ୍ଲଂଘନ କରୁଥିବା ଦର୍ଶାଇ ସୁପ୍ରିମକୋର୍ଟ ଗତବର୍ଷ ଏହି ବିଶାଳ କୋଠାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।


ଗତକାଲି ପାଖରୁ ଏରନାକୁଲମ ଜିଲ୍ଲାପାଳ ସକାଳ ୮ଟାରୁ ଏହି ଅଂଚଳରେ ୧୪୪ ଧାରା ଜାରି କରିଛନ୍ତି। କୋଠା ଭୁଶୁଡ଼ିବା ପୂର୍ବରୁ ୨୦୦ ମିଟର ପରିଧି ଭିତରେ ପରିବହନ ସେବା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଥିଲା।

କୋଠା ଭାଙ୍ଗିବା ପରେ ପ୍ରବଳ ଧୂଳି ଉଡ଼ିଥିଲା। ଏହା ଉପରେ ରୋକ୍ ଲଗାଇବାକୁ ଯାଇ ପ୍ରଶାସନ ପକ୍ଷରୁ ଦମକଳ ବାହିନୀ ସାହାଯ୍ୟରେ ସେହି ଅଞ୍ଚଳରେ ପାଣି ପକାଯାଇଛି। କୋଠା ଭଙ୍ଗାଯିବା ବେଳେ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।

ଗତବର୍ଷ ସେପ୍ଟେମ୍ୱରରେ ସୁପ୍ରିମକୋର୍ଟ ୪ଟି କୋଠାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ୧୩୮ ଦିନର ମହଲତ ଦେଇଥିଲେ। ଏହାପରେ କେରଳ ସରକାର ସମୟ ସ୍ଥିର କରିଥିଲେ କେବେ ଭଙ୍ଗାଯିବ। ଯେଉଁମାନେ ନିଜ ନିଜର ଫ୍ଲାଟ ହରାଇଛନ୍ତି ସୋମନଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେବାକୁ କୋର୍ଟ ନିର୍ଦ୍ଦେଶଛନ୍ତି।



from Odisha Reporter https://ift.tt/381Y3L4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages