କ୍ଷୁଧାର୍ତ୍ତଙ୍କ ଖୁଦା ‘ରାଜେଶ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 11, 2020

କ୍ଷୁଧାର୍ତ୍ତଙ୍କ ଖୁଦା ‘ରାଜେଶ’

ନୂଆପଡ଼ା (ମାୟାଧର ସରାଫ): ୧୮ ବର୍ଷ ତଳର କଥା। ଦିନେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରରେ ବୁଲୁ ଥିବା ବେଳେ ରାଜେଶ କୁମାର ପୋଡ଼ ଦେଖିଲେ ଜଣେ ମାନସିକ ବିକୃତ ବ୍ୟକ୍ତି ଏକ ଅଳିଆ ଗଦାରୁ ଖାଦ୍ୟ ଖୋଜୁଛନ୍ତି। ସେହି ଅଳିଆ ଗଦାରୁ ଭାତ ଗଣ୍ଡେ ପାଇ ସେ ନିଜ କ୍ଷୁଧା ମେଣ୍ଟାଇଥିଲେ। ଏ ଦୃଶ୍ୟ ରାଜେଶଙ୍କୁ ବିଚଳିତ କରିଥିଲା। ସେଠାରୁ ସେ ଘରକୁ ଯାଇଥିଲେ ଓ କିଛି ଭାତ, ଡାଲି ଏବଂ ତରକାରି ଆଣି ଉକ୍ତ ମାନସିକ ବିକୃତ ବ୍ୟକ୍ତିଙ୍କୁ ଖୋଜିଥିଲେ। ତାଙ୍କୁ ପାଇ ଖାଇବାକୁ ଦେଇଥିଲେ। ସେ ସେତକ ଖାଇବା ପରେ ରାଜେଶଙ୍କୁ ଆତ୍ମସନ୍ତୋଷ ମିଳିଥିଲା। ଆଉ ତା’ପରେ ବଦଳି ଯାଇଥିଲା ତାଙ୍କ ଦୈନନ୍ଦିନ ଜୀବନ। ସେଥିରେ ଯୋଡ଼ି ହୋଇଥିଲା ଆଉ ଏକ କାର୍ଯ୍ୟ। ରାସ୍ତାକଡ଼ରେ ବୁଲୁଥିବା ଏଭଳି ମାନସିକ ରୋଗୀ, ଅସହାୟ ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପେଟକୁ ଖାଦ୍ୟ ଯୋଗାଡ଼ କରିବା ପାଇଁ ସେ ଅଣ୍ଟା ଭିଡ଼ିଥିଲେ। ଆଉ ଏହା ଏଯାବତ୍ ଜାରି ରହିଛି।

ଖଡ଼ିଆଳ ସହରର ଲାଲ୍‌ସାହେବ ପଡ଼ାରେ ରହନ୍ତି ରାଜେଶ। ସ୍ତ୍ରୀ ହରିପ୍ରିୟା ଏବଂ ପୁଅଝିଅଙ୍କୁ ନେଇ ତାଙ୍କର ଏକ ଛୋଟ ସଂସାର। ଖଡ଼ିଆଳରେ ତାଙ୍କର ଏକ ପାଥୋଲାବ୍ ଅଛନ୍ତି। ଏଥିରୁ ଯାହା ରୋଜଗାର ହୁଏ ସେତିକିରେ ତାଙ୍କ ପରିବାର ଚଳେ। ସକାଳୁ ୧୨ଟା ଯାଏ ସେ ପାଥୋଲାବ୍ ଖୋଲନ୍ତି। ତା’ପରେ ସାଇକେଲ୍‌ ଧରି ବାହାରି ଯା’ନ୍ତି ଖାଦ୍ୟ ସଂଗ୍ରହରେ।

ତାଙ୍କ ସାଇକେଲ୍‌ରେ ତିନି ଚାରୋଟି ବ୍ୟାଗ୍‌ ଥାଏ। ଘରକୁ ଘର ବୁଲି ସେ ଖାଦ୍ୟ ସଂଗ୍ରହ କରନ୍ତି। ତା’ସହିତ ହୋଟେଲ୍‌ ଓ ମନ୍ଦିରମାନଙ୍କୁ ଯାଇ ବଳକା ଖାଦ୍ୟ ସଂଗ୍ରହ କରନ୍ତି। ବଳକା ଖାଦ୍ୟକୁ ନଫିଙ୍ଗିବାକୁ ସେ ଲୋକଙ୍କୁ ଅନୁରୋଧ କରନ୍ତି। ସେହିଭଳି ଭୋଜିଭାତରେ ବଳୁଥିବା ଖାଦ୍ୟ ବି ନଫୋପାଡ଼ିବାକୁ ସେ ଲୋକଙ୍କୁ କହନ୍ତି। କାରଣ ସେହି ଖାଦ୍ୟରେ କିଛି ଲୋକଙ୍କ ପେଟ ପୂରିଯିବ।

ଖରା ହେଉ କି ବର୍ଷା, ଶୀତ ହେଉକି ଝଡ଼ତୋଫାନ ରାଜେଶ ଗୋଟିଏ ଦିନ ବି ଏହି କାର୍ଯ୍ୟରୁ ନିବୃତ୍ତ ହୁଅନ୍ତି ନାହିଁ। କେବେ କେବେ ତାଙ୍କ ପତ୍ନୀ ମଧ୍ୟ ଖାଦ୍ୟ ସଂଗ୍ରହ କରିବା ସହିତ ଖାଦ୍ୟ ବାଣ୍ଟିବାକୁ ଯା’ନ୍ତି। ଏବେ ଖଡ଼ିଆଳ ସହରରେ ଥିବା ଦଶରୁ ପନ୍ଦର ଜଣ ମାନସିକ ରୋଗୀ, ଭିନ୍ନକ୍ଷମ ଓ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ସେ ମାଗଣାରେ ପ୍ରତିଦିନ ଖାଇବାକୁ ଦେଉଛନ୍ତି। ଖାଦ୍ୟ ଦେବା ସହିତ ରାଜେଶ ସେମାନଙ୍କୁ ପିଇବା ପାଣି ମଧ୍ୟ ଦିଅନ୍ତି। ସେଥିପାଇଁ ଖାଦ୍ୟ ଦେବାକୁ ଯିବା ବେଳେ ବୋତଲରେ ପାଣି ଧରି ମଧ୍ୟ ଯା’ନ୍ତି।

ରାଜେଶ କହନ୍ତି, ଭୋକିଲା ମଣିଷକୁ ଖାଦ୍ୟ ମୁଠେ ଦେଲେ ଅପାର ଆନନ୍ଦ ମିଳେ। ଜୀବନ ଥିବା ଯାଏ ଏହି କାର୍ଯ୍ୟ ଜାରି ରହିବ।

 



from Odisha Reporter https://ift.tt/2t9KgmK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages