‘ଛପାକ୍‌’ ରିଲିଜ୍‌ ରୋକିବାକୁ ଦାବି କଲେ ଳକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଓକିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 8, 2020

‘ଛପାକ୍‌’ ରିଲିଜ୍‌ ରୋକିବାକୁ ଦାବି କଲେ ଳକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଓକିଲ

ମୁମ୍ବାଇ: ଦୀପିକା ପାଦୁକୋନ୍‌ଙ୍କ ଫିଲ୍ମ ‘ଛପାକ୍‌’ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ପ୍ରଥମେ ସ୍କ୍ରିପ୍‌ ଚୋରିର ଅଭିଯୋଗ ପରେ ଜେଏନ୍‌ୟୁରେ ସାମିଲ୍‌ ହେବା ନେଇ ବିବାଦ ଆଉ ଏବେ ପୁଣି ଆଉ ଏକ ମାମଲାରେ ଫସିଯାଇଛି  ‘ଛପାକ୍’। ସୂଚନା ମୁତାବକ ଏସିଡ୍‌ ଆଟାକ୍‌ ପୀଡ଼ିତା ଲକ୍ଷ୍ମୀ ଅଗ୍ରବାଲ୍‌ଙ୍କ ଓକିଲ  ଅପର୍ଣ୍ଣା ଭଟ୍ଟ ଫିଲ୍ମ ରିଲିଜ୍‌ ରୋକିବାକୁ ଦାବି କରିଛନ୍ତି।

ସୂଚନା ଅନୁଯାୟୀ ଓକିଲ ଅପର୍ଣ୍ଣା ଭଟ୍ଟ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ଏକ ପିଟିସନ୍‌ ଦାଖଲ କରିଛନ୍ତି। ଏଥିରେ ଉଲ୍ଲେଖ ଅଛି ଯେ, ସେ ଏସିଡ୍ ଆକ୍ରମଣ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ କେସ୍‌ ବହୁ ବର୍ଷ ପର୍ଯ୍ୟନ୍ତ ଲଢ଼ିଥିଲେ। ଏପରିକି ଫିଲ୍ମର ସ୍କ୍ରିପ୍ଟରେ ମଧ୍ୟ ବହୁତ ସାହାଯ୍ୟ କରିଥିଲେ। କିନ୍ତୁ ତାଙ୍କୁ ଏଥିରେ କୌଣସି ପ୍ରକାରର କ୍ରେଡିଟ୍‌ ମିଳିନାହିଁ।  ତେଣୁ ସେ କୋର୍ଟରେ ‘ଛପାକ୍‌’ର ରିଲିଜ୍‌ ରୋକିବାକୁ ଆବେଦନ କରିଛନ୍ତି।

ଅପର୍ଣ୍ଣା ଏ ସମ୍ପର୍କରେ କିଛି ଘଣ୍ଟା ପୂର୍ବରୁ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରୁ ଏକ ପୋଷ୍ଟ ମଧ୍ୟ କରିଥିଲେ। ଏଥିରେ ସେ ଲେଖିଥିଲେ ଯେ ଫିଲ୍ମ ନିର୍ମାତାଙ୍କ ଉପରେ ନାରାଜ ଅଛନ୍ତି, କାରଣ ସେ ତାଙ୍କୁ ଏଥିରେ କ୍ରେଡିଟ୍‌ ଦେଇନାହାଁନ୍ତି। ସେ ଏଥିରେ ଲେଖିଥିଲେ ଯେ ଏଥିପାଇଁ ସେ ଆଇନ୍‌ର ସାହାଯ୍ୟ ନେବେ। ଏଥିସହ ସେ ସିଧା ସଳଖ ଭାବେ ଧମକ ଦେଇଥିଲେ ଯେ ଦୀପିକା ପାଦୁକୋନ ଓ ଅନ୍ୟମାନଙ୍କ ସମାସ୍କନ୍ଧ ନ ହୋଇଥିଲେ ବି ସେ ଏହି ମାମଲାରେ ଚୁପ୍‌ ବସିବେ ନାହିଁ।

ସୂଚନାଯୋଗ୍ୟ, ଫିଲ୍ମ ‘ଛପାକ୍‌’କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି। ଏହାର କାରଣ ହେଉଛି ଦୀପିକା ପାଦୁକୋନ ଜେଏନ୍‌ୟୁ ଯାଇ ବିରୋଧ ପ୍ରଦର୍ଶନରେ ସାମିଲ୍‌ ହେବା। ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ପ୍ରତି ହୋଇଥିବା ହିଂସାକାଣ୍ଡର ବିରୋଧ ପ୍ରଦର୍ଶନରେ ଦୀପିକା ସାମିଲ୍‌ ହୋଇଥିଲେ। ଯାହାପରେ ଆରମ୍ଭ ହୋଇଯାଇଛି ଜୋର୍‌ଦାର୍‌ ହଙ୍ଗାମା।  ଏପରିକି ସୋଶାଲ୍‌ ମିଡିଆରେ #boycottchhapaak ଟ୍ରେଣ୍ଡ କରୁଛି।

ଫିଲ୍ମ ବିଷୟରେ କହିଲେ, ‘ଛପାକ୍’ ଏକ ସତ୍ୟ ଘଟଣା ଉପରେ ଆଧାରିତ । ଏଥିରେ ଦୀପିକା ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମରେ ଦୀପିକାଙ୍କ ଲୁକ୍‌ ଏକଦମ୍‌ ଲକ୍ଷ୍ମୀଙ୍କ ଭଳି ରହିଛି। ଦୀପିକାଙ୍କ ସହ ଫିଲ୍ମରେ ବିକ୍ରାନ୍ତ ମେସି ମଧ୍ୟ ଲିଡ୍‌ ରୋଲ୍‌ରେ ଅଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ମେଘନା ଗୁଲଜାର୍‌ ଦେଇଛନ୍ତି। ଫିଲ୍ମଟି ଜାନୁଆରୀ ୧୦ରେ ରିଲିଜ୍ ହେଉଛି।



from Odisha Reporter https://ift.tt/35EOOP8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages