ମୁମ୍ବାଇ: ବଲିଉଡ୍ର ଚର୍ଚ୍ଚିତ କପଲ୍ ଅଜୟ ଦେବ୍ଗନ୍ ଓ କାଜୋଲ୍ଙ୍କ ଝିଅ ନ୍ୟାସା ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନ୍ୟାସା ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଥିଲେ ମଧ୍ୟ ସେ ଅନେକ ସମୟରେ ଭିନ୍ନ ଭିନ୍ନ କାରଣ ନେଇ ଚର୍ଚ୍ଚାକୁ ଆସିଥାନ୍ତି। ବିଶେଷକରି ବେଳେ ବେଳେ ସେ ନିଜ ଫ୍ୟାଶନ୍ ସେନ୍ସ ପାଇଁ ସୋଶାଲ୍ ମିଡିଆରେ ଟକ୍ ଅଫ ଦ ଟାଉନ୍ ହୋଇଯାଇଥାନ୍ତି। ନିକଟରେ କାଜୋଲ୍ ଓ ଅଜୟ ଏକ ସାକ୍ଷାତ୍କାରରେ ସାମିଲ୍ ହୋଇଥିଲେ। ସେଠାରେ କାଜୋଲ୍ ନିଜ ବିଷୟରେ ଏକ କଥା କହିଥିଲେ ଯାହାକି ନ୍ୟାସାଙ୍କୁ ଆଦୌ ପସନ୍ଦ ନୁହେଁ।
କାଜୋଲ୍ କହିଥିଲେ ଯେ ନ୍ୟାସା ହେଉଛନ୍ତି ତାଙ୍କର ସବୁଠୁ ବଡ଼ ଫ୍ୟାଶନ୍ କ୍ରିଟିକ୍। କାରଣ ତାଙ୍କୁ କାଜୋଲ୍ଙ୍କର ଫ୍ୟାଶନ୍ ସେନ୍ସ ଆଦୌ ପସନ୍ଦ ନୁହେଁ। ଏପରି ବହୁତ କମ୍ ଥର ହୋଇଛି ଯେବେ ନ୍ୟାସା ତାଙ୍କ ଡ୍ରେସ୍ର ପ୍ରଶଂସା କରିଛନ୍ତି। ଆଉ ଯେତେବେଳେ ସେ ପ୍ରଶଂସା କରନ୍ତି ସେତେବେଳେ କାଜୋଲ୍ ମାନି ନିଅନ୍ତି ଯେ ସତରେ ବହୁତ ସୁନ୍ଦର ଲାଗୁଛନ୍ତି। କାଜୋଲ ଆହୁରି କହିଛନ୍ତି ଯେ ନ୍ୟାସା କେବଳ ଫ୍ୟାଶନ୍ ମାମଲାରେ ନୁହେଁ ସୋଶାଲ୍ ମିଡିଆ ମାମଲାରେ ମଧ୍ୟ ତାଙ୍କୁ ଟିପ୍ସ ଦିଅନ୍ତି।
କାଜୋଲ କହିଛନ୍ତି ଯେ ସେ ପୂର୍ବରୁ ସୋଶାଲ୍ ମିଡିଆରୁ ଦୂରେଇ ରହୁଥିଲେ। ପରେ ତାଙ୍କ ଝିଅ ହିଁ ତାଙ୍କୁ ବୁଝାଇଥିଲେ ଯେ ସୋଶାଲ୍ ମିଡିଆରେ ତାଙ୍କର ସକ୍ରିୟ ରହିବା କେତେ ଜରୁରୀ। କେବଳ ଏତିକି ନୁହେଁ କାଜୋଲଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ମଧ୍ୟ ନ୍ୟାଶା ହିଁ ବନେଇଛନ୍ତି ଓ ୬ ମାସ ପର୍ଯ୍ୟନ୍ତ ସେ ହିଁ ଏହାକୁ ମେଣ୍ଟେନ୍ କରୁଥିଲେ। ସମସ୍ତ ଭିଡିଓ ଓ ଫଟୋ ସେ ହିଁ ପୋଷ୍ଟ କରୁଥିଲେ। କାଜୋଲ୍ ଓ ଅଜୟ କହିଥିଲେ ଯେ ସେମାନେ ପିଲାଙ୍କଠୁ ବହୁତ କିଛି ସିଖିଥାନ୍ତି। ବେଳେବେଳେ ତାଙ୍କୁ ପିଲାଙ୍କର ଆଲୋଚନା ବି ଶୁଣିବାକୁ ପଡ଼ିଥାଏ। କାରଣ ପିଲାମାନେ ବାହାର ଦୁନିଆ ଭଳି ନୁହେଁ ବରଂ ଆପଣଙ୍କୁ ସତ୍ୟର ଆଇନା ଦେଖାଇଥାନ୍ତି।
ସୂଚନାଯୋଗ୍ୟ, ଆସନ୍ତା ୧୦ତାରିଖ ଅଜୟ ଓ କାଜୋଲ୍ଙ୍କ ଫିଲ୍ମ ‘ତାନାଜୀ’ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମଟି ୧୭ତମ ଶତାବ୍ଦୀର ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତାନାଜୀ ମାଲୁସରେଙ୍କ ଉପରେ ତିଆରି ହୋଇଛି। ସେ ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଅନେକ ଯୁଦ୍ଧରେ ସାମିଲ୍ ହୋଇଛନ୍ତି। ବିଶେଷ କରି ୧୬୭୦ ମସିହାରେ ହୋଇଥିବା ସିହ୍ନାଗଡ଼ ଯୁଦ୍ଧ ପାଇଁ ତାଙ୍କୁ ସ୍ମରଣ କରାଯାଏ। ଏହି ଫିଲ୍ମଟି ଅଜୟଙ୍କର ୧୦୦ତମ ଫିଲ୍ମ।
from Odisha Reporter https://ift.tt/3062xx7
No comments:
Post a Comment