ଗୋପୀନାଥ ଗଜପତିଙ୍କ ଦେହାନ୍ତ ଓଡ଼ିଶା ପାଇଁ ଏକ ବଡ଼ କ୍ଷତି: ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 9, 2020

ଗୋପୀନାଥ ଗଜପତିଙ୍କ ଦେହାନ୍ତ ଓଡ଼ିଶା ପାଇଁ ଏକ ବଡ଼ କ୍ଷତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅସୁସ୍ଥତା ହେତୁ ଦୀର୍ଘ ଦିନ ହେବ ଚିକିତ୍ସାଧୀନ ଥିବା ପାରଳାଖେମୁଣ୍ଡି ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବଙ୍କର ଆଜି ଭୋରରୁ  ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ତାଙ୍କ ମୃତ୍ୟୁରେ  ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋପୀନାଥ ଗଜପତିଙ୍କ ଦେହାନ୍ତ ଓଡ଼ିଶା ପାଇଁ ଏକ ବଡ଼ କ୍ଷତି ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନଠାରୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ତାଙ୍କ ପରିବାରର ଯୋଗଦାନ ଅତୁଳନୀୟ ବୋଲି ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।  ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ନିଜ ପ୍ରତିକ୍ରିୟାରେ ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ବିୟୋଗ ଓଡିଶା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ସେପଟେ ଦିବଂଗତ ପାରଳା ମହାରାଜାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆଜିଠାରୁ ଆରମ୍ଭ ହେବାକୁ ଥିବା ଗଜପତି ଉତ୍ସବକୁ ବାତିଲ କରାଯାଇଛି।

ପାରଳାଖେମୁଣ୍ଡି ମହାରାଜାଙ୍କ ମୃତ୍ୟୁ ଖବର ପାଇ ହସ୍ପିଟାଲରେ  ତାଙ୍କ ଶେଷ ଦର୍ଶନ କରିଛନ୍ତି ଗଜପତି ଦିବ୍ୟସିଂହ ଦେବ। ଗଜପତି ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକରେ ଗଭୀର ମର୍ମାହତ ବୋଲି ଉଲ୍ଲେଖ କରିଛନ୍ତି। ଏଥିସହ ପାରଳାଖେମୁଣ୍ଡି ରାଜପରିବାର ପୁରୀ ରାଜପରିବାର ଗୋଟିଏ ଅଂଶ ବୋଲି କହିଛନ୍ତି।  ପାରଳା ମହାରାଜା ତାଙ୍କର ଦାଦା ଥିଲେ ବୋଲି କହିବା ସହ ଓଡ଼ିଶା ପାଇଁ ତାଙ୍କର ଅବଦାନ ଅନେକ ବୋଲି କହିଛନ୍ତି ପୁରୀ ଗଜପତି । ଏଥିସହ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କଲେ ଦିବ୍ୟସିଂହ ଦେବ।

 



from Odisha Reporter https://ift.tt/2t6rNax

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages