ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମିଶନରେଟ୍ ପୁଲିସ୍ କାର୍ଯ୍ୟାଳୟର ନାଁ ବଦଳିବ। ଏଣିକି କମିଶନରେଟ୍ ପୁଲିସ୍ ମୁଖ୍ୟାଳୟ ହେବ ‘ପୁଲିସ ସେବା ଭବନ’। କମିଶନରେଟ ପୁଲିସ୍ର ୧୨ତମ ପ୍ରତିଷ୍ଠା ଦିବସରେ ଆଜି ଏହି ଘୋଷଣା କରିଛନ୍ତି ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ।
ସେ ଆହୁରି କହିଛନ୍ତି ଯେ, କମିଶନରେଟ୍ ପୁଲିସ୍ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କଟକ ଭୁବନେଶ୍ୱରର ସହରାଞ୍ଚଳରେ କିଭଳି ପୁଲିସ୍ର ଉପସ୍ଥିତି ବୃଦ୍ଧି କରିହେବ ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଏହାସହ ଟ୍ୱିନ୍ସିଟିରେ ସିସିଟିଭି ବ୍ୟବସ୍ଥା, ମହିଳାଙ୍କ ସୁରକ୍ଷା ପାଇଁ ଏସ୍ପିଓ ନିଯୁକ୍ତି, ମୋ ସରକାର କାର୍ଯ୍ୟକ୍ରମକୁ ଦୀର୍ଘ ମିଆଦି, ବରିଷ୍ଠ ନାଗରିକଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥାକୁ ସୁ ନିୟନ୍ତ୍ରିତ କରିବା ଉପରେ ଗୁରୁତ୍ୱ ଦିଆଯିବ।
ପୁଲିସ୍ର ବୃତ୍ତିଗତ ଦକ୍ଷତା ବଢିଲେ ହିଁ ଅଧିକ ସଫଳତା ମିଳିପାରିବ ବୋଲି ପରାମର୍ଶ ଦେଇଛନ୍ତି ପୁଲିସ୍ ଡିଜି ଅଭୟ । ସେ ଆହୁରି କହିଛନ୍ତି ଯେ ମହିଳାଙ୍କ ସୁରକ୍ଷା ଓ ମୋ ସରକାର କାର୍ଯ୍ୟକ୍ରମକୁ ଦୀର୍ଘ ମିଆଦି ଭିତରେ କାର୍ଯ୍ୟକାରୀ କରାଯିବ।
ଆଜି ୧୨ ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ସପ୍ତମ ବାଟାଲିୟନ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କମିଶନରେଟ ପୁଲିସ୍ ପକ୍ଷରୁ ଚିତ୍ତାକର୍ଷକ ପରେଡ୍ ଆୟୋଜନ କରାଯାଇଥିଲା। ପରେଡରେ ପୁଲିସ୍ ଡିଜି ଅଭୟ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ୩୦୦ ମହିଳାଙ୍କୁ ନେଇ ଏସ୍ପିଓ ୟୁନିଟର ଶୁଭାରମ୍ଭ କରାଯାଇଥିଲେ। ସେମାନେ ମହିଳାଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବେ।
from Odisha Reporter https://ift.tt/39zaL5e
No comments:
Post a Comment