ମୁମ୍ବାଇ: ଆଜି ହେଉଛି ବଲିଉଡ୍ ଅଭିନେତା ଜ୍ୟାକି ଶ୍ରଫ୍ଙ୍କ ଜନ୍ମଦିନ। ତେବେ ତାଙ୍କ ଜନ୍ମଦିନ ଅବସରରେ ସେ ଫ୍ୟାନ୍ମାନଙ୍କୁ ଏକ ଜବରଦସ୍ତ ସର୍ପ୍ରାଇଜ୍ ଦେଇଛନ୍ତି। ସେ ବଲିଉଡ୍ର ଆକ୍ସନ୍ ମାଷ୍ଟର୍ ନିର୍ଦ୍ଦେଶକ ରୋହିତ୍ ଶେଟ୍ଟୀଙ୍କ କପ୍(ପୁଲିସ୍) ୟୁନିଭର୍ସରେ ସାମିଲ୍ ହୋଇଛନ୍ତି। ରୋହିତ୍ ନିଜ ଇନ୍ଷ୍ଟାରେ ଏକ ଫଟୋ ଶୋଆର୍ କରି ଏହି ସୂଚନା ଦେଇଛନ୍ତି।
ଏହି ଫଟୋରେ ଜ୍ୟାକି ଏକ ଗାଡ଼ି ଅପରେ ବେଶ୍ ଷ୍ଟଇଲିସ୍ ଅନ୍ଦାଜରେ ବସିଛନ୍ତି। ଏହି ଫଟୋଟିକୁ ଶେଆର୍ କରି ସେ ଲେଖିଛନ୍ତି, ‘ଯେବେ ଆପଣଙ୍କୁ ଲାଗେ ଯେ ଆପଣ ମୋଁ କପ୍ ୟୁନିଭର୍ସର ସମସ୍ତ ଭୂମିକାକୁ ଜାଣନ୍ତି.. ତେବେ ଆପଣଙ୍କୁ ସାମ୍ନାକୁ ଆଣୁଛି ମୁଁ ଜ୍ୟାକି ଶ୍ରଫଙ୍କୁ। ସର୍ପ୍ରାଇଜ୍ ଏବେ ବି ବାକି ରହିଛି।’ ସୂଚନା ଅନୁଯାୟୀ ଜ୍ୟାକି ରୋହିତ୍ଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଜ୍ୟାକିଙ୍କ ଅନ୍ୟ ପ୍ରୋଜେକ୍ଟ କଥା କହିଲେ ସେ ଆଗକୁ ନିଜ ପୁଅ ଟାଇଗର୍ ଶ୍ରଫ୍ଙ୍କ ଫିଲ୍ମ ‘ବାଗି ୩’ରେ ନଜର ଆସିବେ। ତେବେ ପ୍ରଥମ ଥର ପାଇଁ ବାପ ପୁଅ ଏକାଠି ସ୍କ୍ରିନ୍ ଶେଆର୍ କରିବେ।
ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ବଲିଉଡର ଦୁଇ ଜଣ ବଡ଼ ନିର୍ମାତା ରୋହିତ ଶେଟ୍ଟୀ ଓ କରଣ ଜୋହର୍ ମିଶି ତିଆରି କରୁଛନ୍ତି। ଏହି ଫିଲ୍ମଟି ରୋହିତ୍ଙ୍କ କପ୍ (ପୁଲିସ୍) ସିରିଜ୍ର ଚତୁର୍ଥ ଫିଲ୍ମ। ଏହା ପୂର୍ବରୁ ଏହି ସିରିଜ୍ର ଫିଲ୍ମ ‘ସିଙ୍ଘମ୍’ ଓ ‘ସିଙ୍ଘମ୍ ରିଟର୍ନସ୍’ରେ ଅଜୟ ଦେବ୍ଗନ ଓ ତୃତୀୟ ଫିଲ୍ମ ‘ସିମ୍ବା’ରେ ରଣବୀର ସିଂହ ଅଭିନୟ କରିଥିଲେ। ଅକ୍ଷୟ ପ୍ରଥମଥର ପାଇଁ ଏହି ସିରିଜ୍ରେ କାମ କରୁଛନ୍ତି। ସେ ଏଥିରେ ଏଟିଏସ୍ (ଆଣ୍ଟି ଟେରୋରିଜିମ୍ ସ୍କ୍ୱାଡ୍) ଚିଫ୍ ଭୂମିକାରେ ଅଭିନୟ କରିଛନ୍ତି। ସୂଚନା ଅନୁଯାୟୀ, ଏହି ଫିଲ୍ମରେ ଅଜୟ ଦେଭଗନ୍ ଓ ରଣବୀର ସିଂହଙ୍କୁ ଅତିଥି କଳାକାର ଭାବେ ଦେଖିବାକୁ ମିଳିବ। ଆସନ୍ତା ବର୍ଷ ମାର୍ଚ୍ଚ ୨୭ରେ ଫିଲ୍ମଟି ରିଲିଜ୍ ହେବ।
ଏହି ଫିଲ୍ମ ଜରିଆରେ ଦର୍ଶକ ପୁଣି ଥରେ ଅକ୍ଷୟ ଓ କ୍ୟାଟ୍ରିନାଙ୍କୁ ଏକାଠି ଦେଖିପାରିବେ। ପାଖାପାଖି ୯ ବର୍ଷ ପରେ ଏଦୁହେଁ ପୁଣି ପରଦାରେ ଏକାଠି ଦେଖାବାକୁ ମିଳିବ। ଶେଷଥର ପାଇଁ ଏମାନଙ୍କୁ ଫିଲ୍ମ ‘ତିସ୍ମାର୍ ଖାନ୍’ରେ ଏକାଠି ଦଖିବାକୁ ମିଳିଥିଲା। ଏହି ଯୋଡ଼ି ବଲିଉଡ୍କୁ ‘ନମସ୍ତେ ଲଣ୍ଡନ୍‘, ‘ହମ୍କୋ ଦିୱାନା କର୍ଗୟେ’, ‘ସିହଂ ଇଜ୍ କିଙ୍ଗ୍’ ଓ ‘ୱେଲକମ୍’ ପରି ସୁପର୍ହିଟ୍ ଫିଲ୍ମ ଦେଇଛନ୍ତି।.
from Odisha Reporter https://ift.tt/2UeUkpD
No comments:
Post a Comment