ଆସିବ ‘ଭିରେ ଦି ୱେଡିଂ’ର ସିକ୍ୱେଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 31, 2020

ଆସିବ ‘ଭିରେ ଦି ୱେଡିଂ’ର ସିକ୍ୱେଲ୍

ମୁମ୍ବାଇ: କରୀନା କପୁର ଖାନ୍, ସ୍ୱରା ଭାସ୍କର ଓ ସୋନମ କପୁରଙ୍କ  ସୁପର୍‌ ହିଟ୍‌ ଫିଲ୍ମ ‘ଭିରେ ଦି ୱେଡିଂ’ ବକ୍ସ ଅଫିସ୍‌ରେ ଧୁମ୍‌ ମଚାଇ ଦେଇଥିଲା।  ଫିଲ୍ମରେ କରୀନା କପୁରଙ୍କ ସମେତ ସମସ୍ତ ହିରୋଇନ୍‌ଙ୍କ ବୋଲ୍ଡ ଅନ୍ଦାଜ୍‌ ଦେଖିବାକୁ ମିଳିଥିଲା। ତେବେ ବର୍ତ୍ତମାନ ଏହି ଫିଲ୍ମର ସିକ୍ୱେଲ୍‌ ତିଆରି ହେବାକୁ ଯାଉଛି।  ଫିଲ୍ମ ପ୍ରଯୋଜକ ରିୟା କପୁର ନିଜେ ଏହାକୁ ସ୍ପଷ୍ଟ କରିଛନ୍ତି।

ଇନ୍‌ଷ୍ଟାଗ୍ରାମ୍‌ରେ Ask Me Anything ସେଶନ୍‌ରେ ରିୟାଙ୍କୁ ‘ଭିରେ ଦି ୱେଡିଂ’ ଫିଲ୍ମର ସିକ୍ୱେଲ୍‌ ବିଷୟରେ ପଚରାଗଲା। ତେବେ ସେ ଏହାର ଉତ୍ତର ଦେଇ କହିଥିଲେ, ‘ମୋତେ ଲାଗୁଛି ଏହା ତିଆରି ହେବାକୁ ଯାଉଛି। ଯେତେ ଶୀଘ୍ର ମୁଁ ଭାବିଥିଲି ତା’ଠୁ ବି ଅଧିକ ଶୀଘ୍ର ଆରମ୍ଭ ହୋଇଛି। ମୁଁ ବହୁତ ଉତ୍ସାହିତ ଅଛି।’

ସୋନମ କପୁର ମଧ୍ୟ ଇନ୍‌ଷ୍ଟାଗ୍ରାମ୍‌ରେ ଏହାର ଭିଡିଓ ଶେଆର୍‌ କରିଛନ୍ତି। ତେବେ ସିକ୍ୱେଲ୍‌ ଫିଲ୍ମରେ ପୂରୁଣା ଷ୍ଟାରକାଷ୍ଟ ରହିବେ କି ନୂଆ ଷ୍ଟାର ଆସିବେ ତାହା ଏ ଯାଏଁ ଜଣାପଡ଼ି ନାହିଁ। କରୀନା ଏ ନେଇ କହିଛନ୍ତି, ‘ମୋତେ ଲାଗୁଛି ରିୟା ସିକ୍ୱେଲ୍‌ ପାଇଁ ଯୋଜନା କରୁଛନ୍ତି। ଆମେ ସମସ୍ତେ ଏହାକୁ ନେଇ ବହୁତ ଉତ୍ସାହିତ ଅଛୁ। ରିୟା ଓ ସୋନମ ଦୁହେଁ ବହୁତ ଭଲ। ତାଙ୍କ ସହ କାମ କରିବାକୁ ମୋତେ ବହୁତ ଭଲ ଲାଗେ।’

ଫିଲ୍ମ ‘ଭିରେ ଦି ୱେଡିଂ’ର ନିର୍ଦ୍ଦେଶନା ଶଶାଙ୍କ ଘୋଷ କରିଥିଲେ। ଅନିଲ୍‌ କପୁର, ରିୟା କପୁର, ଏକତା କପୁର, ନିଖିଲ୍‌ ଓ ଶୋଭା କପୁରଙ୍କ ପ୍ରଡକ୍ସନ୍‌ରେ ତିଆରି ଏହି ଫିଲ୍ମ ବକ୍ସ ଫିସ୍‌ରେ ୧୩୮ କୋଟି ଟଙ୍କାର ବିଜ୍‌ନେସ୍‌ କରିଛି। ଫିଲ୍ମରେ ୪ ଜଣ ବନ୍ଧୁଙ୍କର କାହାଣୀ ଦେଖାଯାଇଥିଲା ଯାହାକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ। ବିଶେଷ କରି ଯୁବପିଢ଼ିଙ୍କୁ ଫିଲ୍ମଟି ଅଧିକ ଆକର୍ଷିତ କରିପାରିଥିଲା।



from Odisha Reporter https://ift.tt/2GJBD5r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages