ଉଦଘାଟନ ପୂର୍ବରୁ ଭଙ୍ଗା ହେଲା ଫଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 30, 2020

ଉଦଘାଟନ ପୂର୍ବରୁ ଭଙ୍ଗା ହେଲା ଫଳକ

ଭଦ୍ରକ(ପାର୍ଥସାରଥୀ ନାୟକ): ଉଦଘାଟନ ହେବା ପୂର୍ବରୁ ଭଙ୍ଗା ହେଲା ଫଳକ। ରାଜନୈତିକ ଆକ୍ରୋଶ ରଖି କେହି ଉଦଘାଟନୀ ଫଳକ ଭାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।  ଭଦ୍ରକ ଧାମନଗର ବ୍ଲକ ଆଦର୍ଶ ବିଦ୍ୟାଳୟର ଆଜି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଥିବା ବେଳେ  ଗତ ରାତିରେ କେହି ଦୁର୍ବୃତ୍ତ ଏହାର ଫଳକକୁ ଭାଙ୍ଗି ଦେଇଥିବା ଜଣାପଡିଛି।

ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏହି ବିଦ୍ୟାଳୟକୁ ଉଦ୍‌ଘାଟନ କରିବା ନିମନ୍ତେ  କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଏଥିଲାଗି ଉଦ୍‌ଘାଟନୀ ଫଳକ ମଧ୍ୟ ଲାଗିସାରିଥିଲା । ହେଲେ କେଉଁ ବ୍ୟକ୍ତି ଭାଙ୍ଗିଛି ସେ ନେଇ କୌଣସି ସୂଚନା ମିଳିପାରି ନାହିଁ ।

ଏନେଇ ପୁଲିସ୍‌ରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ଏପରି ଘଟଣାକୁ ଅଞ୍ଚଳବାସୀ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ତେବେ ଉଦଘାଟନୀ ଫଳକ ଭଙ୍ଗାଯିବା ପରେ ଆଜି ଆଦର୍ଶ ବିଦ୍ୟାଳୟର ଉଦ୍‌ଘାଟନ ହେବ କି ନାହିଁ ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ କିଛି ଜଣାପଡ଼ି ନାହିଁ।



from Odisha Reporter https://ift.tt/37KDoLB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages