ମଣ୍ଡିରେ ପଡ଼ିଛି କପା; ଧରାଛୁଆଁ ଦେଉ ନାହାନ୍ତି କର୍ତ୍ତୃପକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 30, 2020

ମଣ୍ଡିରେ ପଡ଼ିଛି କପା; ଧରାଛୁଆଁ ଦେଉ ନାହାନ୍ତି କର୍ତ୍ତୃପକ୍ଷ

ରାୟଗଡ଼ା(ମନୋଜ ପାତ୍ର):  ରାୟଗଡ଼ା ଆର୍‌ଏସି  ମଣ୍ଡିରେ କପା କିଣିବା ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତିନି ଦିନ ହେବ ଚାଷୀମାନେ ସେମାନଙ୍କ ଉତ୍ପାଦିତ କପା ଆଣି ମଣ୍ଡିରେ ରଖିଥିଲେ ମଧ୍ୟ ଆରଏମସି କିମ୍ୱା ସିସିଆଇ(କଟନ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ) କପା କିଣୁ ନଥିବା ଅଭିଯୋଗ ହେଉଛି।

ଯଦ୍ୱାରା ରାୟଗଡ଼ା ଆରଏମ୍‌ସି ମଣ୍ଡିରେ କପା ପଡ଼ି ରହିଛି। ଦୂରଦୂରାନ୍ତରକୁ ଆସିଥିବା ଚାଷୀମାନେ ଖରା ଶୀତରେ ପଡ଼ି ରହିଥିଲେ ମଧ୍ୟ କେହି କିଣିବା ପାଇଁ ଆସୁ ନାହାନ୍ତି। ଫଳରେ ପ୍ରତିଦିନ ଚାଷୀଙ୍କୁ ଗାଡ଼ି ଭଡ଼ା ଦେବା ସହ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି।

ଏହା ସାଙ୍ଗକୁ ଅଦିନିଆ ବର୍ଷା ଯୋଗୁ ମଣ୍ଡିରେ ଥିବା କପା ଭିଜି ଯାଇଛି। କପା ରଖିବା ପାଇଁ ଆବଶ୍ୟକୀୟ ଜାଗା ଅଭାବ ଦର୍ଶାଇ କପା କିଣିବା ପାଇଁ ଆର୍‌ଏମ୍‌ସି ଟାଳଟୁଳି ନୀତି ଅବଲମ୍ୱନ କରୁଥିବା ଚାଷୀ କହିଛନ୍ତି। ଅନ୍ୟପକ୍ଷରେ କପା କିଣା ସମସ୍ୟାକୁ ନେଇ ସିସିଆର ଉପରେ ଆର୍‌ଏସି ଦୋଷ ଲଦି ଦେଇଛି। ସିସିଆଇ କପା କିଣୁଥିବା ବେଳେ ମିଲରଙ୍କ ଗୋଦାମରେ ଜାଗା ଅଭାବରୁ ଏଭଳି ଅବସ୍ଥା ଉପୁଜିଥିବା ଆର୍‌ଏମ୍‌ସି ସେକ୍ରେଟାରୀ କହିଛନ୍ତି।



from Odisha Reporter https://ift.tt/2uP7KxM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages