ସଲ୍‌ମାନ୍‌ଙ୍କ ନୂଆ ହିରୋଇନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 12, 2020

ସଲ୍‌ମାନ୍‌ଙ୍କ ନୂଆ ହିରୋଇନ୍

ମୁମ୍ବାଇ: ବଲିଉଡ୍‌ର ଅନେକ ଅଭିନେତ୍ରୀ ସଲ୍‌ମାନ୍ ଖାନ୍‌ଙ୍କ ସହିତ ସ୍କ୍ରିନ୍ ଶେଆର୍ କରିବାକୁ ଚାହାନ୍ତି। କାରଣ ବଲିଉଡ୍ ସୁଲ୍‌ତାନ୍‌ଙ୍କ ସହ ଫିଲ୍ମରେ କାମ କରିବା କିଛି ଛୋଟ କଥା ନୁହେଁ। ସେହିପରି ସଲ୍‌ମାନ୍‌ ମଧ୍ୟ ଫିଲ୍ମରେ ନୂଆ ନୂଆ ଚେହେରାଙ୍କୁ ଲଞ୍ଚ୍ କରିବାକୁ ପସନ୍ଦ କରନ୍ତି। ସେ ଅନେକ ୟଙ୍ଗ ଅଭିନେତା ଓ ଅଭିନେତ୍ରୀଙ୍କୁ ନିଜ ଫିଲ୍ମରେ ସୁଯୋଗ ଦେଇଛନ୍ତି।

ଗତବର୍ଷ ସଲ୍‌ମାନ ନିଜ ଫିଲ୍ମ ‘ଭାରତ’ରେ ଦିଶା ପଟାନୀଙ୍କ ସହ ସ୍କ୍ରିନ୍‌ ଶେଆର୍ କରିଥିଲେ। ପରଦାରେ ଏ ଦୁହିଁଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍ ଭଲ ଲାଗିଥିଲା। ତେଣୁ ସେ ତାଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ’ରେ ବି ଦିଶାଙ୍କୁ ସୁଯୋଗ ଦେଇଛନ୍ତି। ଏବେ ଚର୍ଚ୍ଚା ହେଉଛି ଯେ ସଲ୍‌ମାନ୍‌ ଆଉ ଜଣେ ୟଙ୍ଗ ଅଭିନେତ୍ରୀଙ୍କ ସହ ବି ନଜର ଆସିପାରନ୍ତି।

ନିକଟରେ ସଲ୍‌ମାନ୍‌ ତାଙ୍କର ଆଉ ଏକ ଫିଲ୍ମର ନାଁ ଘୋଷଣା କରିଛନ୍ତି। ଏହାର ନାଁ ହେଉଛି ‘କଭି ଇଦ୍ କଭି ଦିୱାଲୀ’। ସଲ୍‌ମାନ୍‌ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସଲ୍‌ମାନ୍‌ଙ୍କ ନୂଆ ପ୍ରୋଜେକ୍ଟ ବିଷୟରେ ଜଣାପଡ଼ିବା ପରେ କୁହାଯାଉଛି ଯେ ଏଥିରେ ଅଭିନେତ୍ରୀ କୃତି ସେନନ୍ ଅଭିନୟ କରିବେ। ତେବେ ଫିଲ୍ମର ଅନ୍ୟ ଷ୍ଟାରକାଷ୍ଟ ଓ କାହାଣୀ ବାବଦରେ କିଛି ସୂଚନା ମିଳିନାହିଁ। ସଲ୍‌ମାନ୍‌ଙ୍କ ସହ କୃତିଙ୍କ ଯୋଡ଼ି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ ବୋଲି ମଧ୍ୟ ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ସଲମାନ୍‌ଙ୍କ ନୂଆ ଫିଲ୍ମ ‘କଭି ଇଦ୍‌ ଓ କଭି ଦିୱାଲୀ’ର ନିର୍ଦ୍ଦେଶନା ଦେବେ ‘ହାଉସଫୁଲ୍‌ ୪’ର ନିର୍ଦ୍ଦେଶକ ଫରହାଦ୍‌ ସାମଜି। ସାଜିଦ୍‌ ନାଡିଆଡ୍‌ୱାଲା ଫିଲ୍ମର କାହାଣୀ ଲେଖିଥିବା ବେଳେ ଏହାର ପ୍ରଯୋଜନା ଦାୟିତ୍ୱ ମଧ୍ୟ ନେଇଛନ୍ତି। ଅନ୍ୟପକ୍ଷରେ ସଲ୍‌ମାନ ଫିଲ୍ମ ‘ରାଧେ’ ମେ’ ୨୨ ତାରିଖରେ ରିଲିଜ୍ ହେବ। ଏଥିରେ ଦିଶା ପଟାନୀ, ଜ୍ୟାକି ଶ୍ରଫ୍ ଓ ରଣଦୀପ୍‌ ହୁଡ୍ଡା ପ୍ରମୁଖ ଅଛନ୍ତି।

 



from Odisha Reporter https://ift.tt/2FDRxOn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages