ନୂଆଦିଲ୍ଲୀ: ଓମାନ ସୁଲତାନଙ୍କ ବିୟୋଗରେ ଭାରତରେ ଦିନିକିଆ ରାଜକୀୟ ଶୋକ ପାଳନ ହେବ। ଏଥିପାଇଁ ଆସନ୍ତାକାଲି ଜାତୀୟ ପତାକା ଅର୍ଦ୍ଧନିମିତ ରହିବା ସହିତ ରାଜକୀୟ ଶୋକ ପାଳନ ହେବ। ଆଧୁନିକ ଆରବରେ ଦୀର୍ଘ ଦିନ ଶାସନ ଭାର ସମ୍ଭାଳିଥିବା ସୁଲତାନ କାବୁସଙ୍କର ୭୯ ବର୍ଷ ବୟସରେ ଶୁକ୍ରବାର ବିୟୋଗ ହୋଇଛି। ସୁଲତାନ ଦୀର୍ଘ ଦିନ ହେବ କ୍ୟାନସରରେ ଆକ୍ରାନ୍ତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ସୁଲତାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
ଓମାନ ସମ୍ୱିଧାନର ନିୟମ ଅନୁଯାୟୀ ସିଂହାସନ ଖାଲି ହେବାର ତିନି ଦିନ ଭିତରେ ସୁଲତାନ ପଦବୀ ପୂରଣ ହେବ। ଏହି ପଦବୀରେ ତାଙ୍କରି ପରିବାରର ବ୍ୟକ୍ତି ବସିବେ। ଯଦି ପରିବାରରେ କେହି ନଥିବେ ତାହେଲେ ସିଂହାସନ ଖାଲି ହେବା ପୂର୍ବରୁ ସୁଲତାନ ଯାହାଙ୍କ ନାମ ଉତ୍ତରାଧିକାରୀ ଭାବରେ ଘୋଷଣା କରିଥିବେ ସେ ହିଁ ତାଙ୍କର ଉତ୍ତରାଧିକାରୀ ହେବେ। କାବୁସଙ୍କର କେହି ଉତ୍ତରାଧିକାରୀ ନଥିଲେ। ତେଣୁ ତାଙ୍କ ଦାଦା ପୁଅ ଭାଇ ତଥା ସଂସ୍କୃତି ମନ୍ତ୍ରୀ ହୈସମ ବିନ ତାରିଫ ଓମାନର ସୁଲତାନ ହୋଇଛନ୍ତି। କାବୁସ ୩୦ ବର୍ଷ ବୟସରେ ନିଜ ବାପାଙ୍କ ପାଖରୁ ଚତୁରତାର ସହିତ କ୍ଷମତା ଆଣି ନିଜେ ସୁଲତାନ ଗାଦିରେ ବସିଥିଲେ।
from Odisha Reporter https://ift.tt/2skUiRE
No comments:
Post a Comment