ପରବିନ୍ଦରଙ୍କୁ ଆକ୍ରମଣ ଘଟଣାରେ ଏମିତି ଚିନ୍ତାପ୍ରକଟ କଲେ ପୂର୍ବତନ ଡିଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 17, 2020

ପରବିନ୍ଦରଙ୍କୁ ଆକ୍ରମଣ ଘଟଣାରେ ଏମିତି ଚିନ୍ତାପ୍ରକଟ କଲେ ପୂର୍ବତନ ଡିଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଦ୍‌ବେଗ ପ୍ରକାଶ କଲେ ପୂର୍ବତନ ଡିଜି। ପରବିନ୍ଦର ପାଲ ସିଂହଙ୍କୁ ଆକ୍ରମଣ ଘଟଣାରେ ପୂର୍ବତନ ଡିଜି ପ୍ରକାଶ ମିଶ୍ର ଚିନ୍ତାପ୍ରକଟ କରିଛନ୍ତି। ଏନେଇ ସେ ଟୁଇଟ୍‌ କରି ଲେଖିଛନ୍ତି ଯେ, ପୁଲିସ ଚାପରେ ନ ରହୁ। ପରବିନ୍ଦର ସିଂହ ଘଟଣା ଧୀରେ ଧୀରେ ରହସ୍ୟମୟ ହେବାରେ ଲାଗିଛି।

ଆଶା କରୁଛି ପୁଲିସ ଚାପରେ ନ ଆସି ଘଟଣାର ନିରପେକ୍ଷ ତଦନ୍ତ କରୁ ବୋଲି ସେ ଲେଖିଛନ୍ତି। ସେପଟେ ପରବିନ୍ଦର ପାଲ ସିଂହଙ୍କୁ ଆକ୍ରମଣ ଘଟଣା ପ୍ରତିବାଦରେ ତେଜୁଛି ସ୍ୱର। ଭୁବନେଶ୍ୱରରେ ବସବାସ କରୁଥିବା ଶିଖ୍ ସଂପ୍ରଦାୟର ଲୋକେ କ୍ୟାଣ୍ଡେଲ୍ ରାଲି କରିଛନ୍ତି। ଗୁରୁଦ୍ୱାରରୁ ଶିଖ୍ ସମ୍ପ୍ରଦାୟ ପକ୍ଷରୁ କ୍ୟାଣ୍ଡେଲ ରାଲି କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କୋହଳ ଦଫାକୁ ବିରୋଧ କରି ଏହି ରାଲି କରିଛନ୍ତି ଶିଖ୍ ସଂପ୍ରଦାୟର ମହିଳା ଓ ପୁରୁଷ । ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତ ମାନଙ୍କ ବିରୋଧରେ କୋହଳ ଦଫା ନଲଗାଇ ୩୦୭ ଦଫା ଲଗାଯାଉ ବୋଲି ଦାବି କରାଯାଇଛି। ଅନ୍ୟପଟେ ଏହି ମାମଲାରେ ଚାର୍ଜସିଟ ଦାଖଲ କରିଛି କମିଶନରେଟ୍ ପୁଲିସ।

ବିଜେଡିର ପୂର୍ବତନ କର୍ପୋରେଟରଙ୍କ ପୁତୁରା ଦୀପକ ଜେନାଙ୍କ ସହ ୨ ସହଯୋଗୀ ଶଙ୍କର ରାଉତ ଓ ଦୀପକ ମହାନ୍ତି ନାଁରେ ଚାର୍ଜସିଟ ଦାଖଲ କରିଛ କମିଶନରେଟ୍ ପୁଲିସ।  ତିନିଦିନ ଭିତରେ ତିନି ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ହୋଇଛି। ସିସିଟିଭି ଫୁଟେଜ, ମେଡିକାଲ ରିପୋର୍ଟ ଓ ସାକ୍ଷୀଙ୍କ ବୟାନ ଆଧାରରେ ହୋଇଛି ଚାର୍ଜସିଟ।



from Odisha Reporter https://ift.tt/30u4Ydk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages