କରୋନା ପାଇଁ ଗ୍ଲୋବାଲ ଇମର୍ଜେନ୍ସି, ମୃତ୍ୟୁସଂଖ୍ୟା ୨୦୦ ଟପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 30, 2020

କରୋନା ପାଇଁ ଗ୍ଲୋବାଲ ଇମର୍ଜେନ୍ସି, ମୃତ୍ୟୁସଂଖ୍ୟା ୨୦୦ ଟପିଲା

ଉହାନ: ଚାଇନାରେ ସୃଷ୍ଟି ହୋଇଥିବା ଭୟଙ୍କର କରୋନା ଭାଇସର କାୟା ମେଲାଇବାରେ ଲାଗିଛି। ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରୁଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଜି ଗ୍ଲୋବାଲ ଇମର୍ଜେନ୍ସି ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ଚାଇନାରେ ଏହି ଭାଇରସ ଜନିତ ମୃତ୍ୟୁସଂଖ୍ୟା ଆଜି ୨୧୩ରେ ପହଞ୍ଚିଛି।

ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି। ସାରା ବିଶ୍ୱରେ ଏହାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଚାଇନା ସମେତ ବିଶ୍ୱର ୧୫ଟି ରାଷ୍ଟ୍ର ଏହି ଭୟଙ୍କର ଭୂତାଣୁ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡରୋସ ଅଧନମ ଘେବ୍ରେୟସୁ କହିଛନ୍ତି, “ଆମେ ଚାଇନାରେ କରୋନା ଭାଇରସ ବ୍ୟାପୁଥିବାରୁ କେବଳ ଯେ ଗ୍ଲୋବାଲ ହେଲଥ ଇମର୍ଜେନ୍ସି ଘୋଷଣା କରୁଛୁ, ତା’ ନୁହେଁ ବରଂ ଏବେ ଏହି ଭାଇରସ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକୁ ବ୍ୟାପୁଥିବାରୁ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି। ଚାଇନା ପରେ ଯେଉଁ ଦେଶଗୁଡ଼ିକରେ ସ୍ୱାସ୍ଥ୍ୟସେବା ଭଲ ନାହିଁ, ସେଠାରେ ମଧ୍ୟ ଏହି ଭାଇରସ ବ୍ୟାପିବାର ଆଶଙ୍କା ରହିଛି।

ଆମକୁ ଏକାଠି ହୋଇ ଏହାର ମୁକାବିଲା କରିବାକୁ ପଡ଼ିବ ଓ ଏହା ଯେମିତି ନ ବ୍ୟାପିବ ସେକଥା ନିଶ୍ଚିତ କରିବାକୁ ହେବ । ବର୍ତ୍ତମାନ ସୁଦ୍ଧା ୧୫ଟି ଦେଶରେ କରୋନା ଭାଇରସ ରୋଗୀ ଚିହ୍ନଟ କରାଯାଇଛି। ଗ୍ଲୋବାଲ ଇମର୍ଜେନ୍ସିର ଅର୍ଥ ଚାଇନା ସହ ବାଣିଜ୍ୟିକ ସମ୍ପର୍କକୁ ବନ୍ଦ ରଖିବା। ଏଥିସହ ଏଠାକୁ ନ ଯିବା କିମ୍ବା ସେଠାରୁ ଲୋକଙ୍କୁ ଅନ୍ୟ ଦେଶର ପ୍ରବେଶ ଉପରେ କଟକଣା ଲଗାଇବା।

ଚାଇନା ସହ ଲାଗିଥିବା ସୀମାକୁ ସିଲ ମଧ୍ୟ କରାଯିବ। ବିଶେଷ କରି ଚାଇନାର ଉହାନରେ ଏହି ଭାଇରସ ପ୍ରଥମେ ଚିହ୍ନଟ ହୋଇଥିଲା। ତେଣୁ ଚାଇନାର ଅନ୍ୟ ପ୍ରାନ୍ତରୁ ଲୋକମାନେ ଯେମିତି ସେଠାକୁ ନ ଯିବେ, ତା’ର ବ୍ୟବସ୍ଥା କରିବା।”

କୌଣସି ରୋଗ ଅନ୍ତର୍ଜାତୀୟ ସ୍ତରରେ ବ୍ୟାପିବାର ଆଶଙ୍କା ସୃଷ୍ଟି ହେଲେ ଯାଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗ୍ଲୋବାଲ ଇମର୍ଜେନ୍ସି ଘୋଷଣା କରିଥାଏ। କରୋନା ଭାଇରସ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। କରୋନା ଭାଇରସ କାୟା ମେଲାଉଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜରୁରୀ ବୈଠକ ଡକାଯାଇଥିଲା।

ଏହି ବୈଠକରେ ହିଁ କରୋନା ଭାଇରସ ପାଇଁ ଗ୍ଲୋବାଲ ଇମର୍ଜେନ୍ସି ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏକାଠି ହୋଇ ଏହାର ମୁକାବିଲା କରିବେ। ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଣ୍ଠି ଯୋଗାଇ ଦେବ। କରୋନା ଭାଇରସର ମୁକାବିଲା ପାଇଁ ସଂଗଠନ ପାଖରେ ୧.୮ ମିଲିୟନ ଡଲାର ଫଣ୍ଡ ରହିଛି।



from Odisha Reporter https://ift.tt/2UbmHFi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages