ନିର୍ଭୟା: ମୁକେଶର ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 28, 2020

ନିର୍ଭୟା: ମୁକେଶର ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମ ଓ ଗଣହତ୍ୟା ମାମଲାରେ ଫାଶୀ ପାଇବାକୁ ଥିବା ୪ ଜଣ ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ମୁକେଶ ସିଂହର ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି। ତା’ର ରାଜକ୍ଷମା ଆବେଦନ ଖାରଜ ହେବା ବିରୋଧରେ ସେ ଏହି ଆବେଦନ କରିଥିଲା। ଜଷ୍ଟିସ୍‌ ଆର ଭାନୁମତୀଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ବୁଧବାର ଶୁଣାଣି କରି ଏହି ଆବେଦନ ଖାରଜ କରିଛନ୍ତି।

୨୦୧୨ ମସିହାର ଏହି ଜଘନ୍ୟ କାଣ୍ଡର ଦୋଷୀ ମୁକେଶର ଆବେଦନ ଖାରଜ କରି ସୁପ୍ରିମ୍‌କୋର୍ଟ କହିଥିଲେ, ଏହି ଆବେଦନର କୌଣସି ଯଥାର୍ଥତା ନାହିଁ। ସେ ଏଥିରେ ଦର୍ଶାଇଥିବା ନିର୍ଯାତନାକୁ ଆଳ କରିବା ମଧ୍ୟ ଭିତ୍ତିହୀନ। ରାଷ୍ଟ୍ରପତିଙ୍କ ପାଖରେ ସମସ୍ତ ତଥ୍ୟ ଦାଖଲ କରାଯାଇଥିଲା ଏବଂ ସେ ସେସବୁକୁ ବିଚାରକୁ ନେଇସବୁ ଦିଗରୁ ଅନୁଧ୍ୟାନ କରିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ୧୭ ତାରିଖରେ ମୁକେଶର ରାଜକ୍ଷମା ଆବେଦନ ଖାରଜ କରିଥିଲେ। ଆସନ୍ତା ଫେବୃଆରୀ ୧ ତାରିଖରେ ଏମାନଙ୍କର ଫାଶୀ ହେବ ବୋଲି ଡେଥ୍‌ ୱାରେଣ୍ଟ ଜାରି କରାଯାଇସାରିଛି।



from Odisha Reporter https://ift.tt/3aJZ2l0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages