ବରୁଣଙ୍କ ସହ ଆଉ ଏକ ଫିଲ୍ମ କରିବେ ରେମୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 28, 2020

ବରୁଣଙ୍କ ସହ ଆଉ ଏକ ଫିଲ୍ମ କରିବେ ରେମୋ

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ କୋରିଓଗ୍ରାଫର୍‌ ରେମୋ ଡି’ସୌଜାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଷ୍ଟ୍ରୀଟ୍‌ ଡ୍ୟାନ୍‌ସର୍‌ 3D’ ଏବେ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଛି। ୨୪ ତାରିଖରେ ଫିଲ୍ମଟି ରିଲିଜ୍ ହୋଇଥିବା ବେଳେ ୫ ଦିନରେ ପାଖାପାଖି ୪୬ କୋଟି ଟଙ୍କା ଆୟ କରିସାରିଲାଣି। ଆଗକୁ ବି ଏହାର ଧମାକେଦାର୍‌ ପ୍ରଦର୍ଶନ ଜାରି ରହିବାର ସମ୍ଭାବନା ଥିବା ବେଳେ ରେମୋ ଆଉ ଏକ ନୃତ୍ୟ ଭିତ୍ତିକ ଫିଲ୍ମ କରିବାକୁ ଯୋଜନା କଲେଣି। ଏଥିରେ ବି ସେ ବରୁଣ ଧବନଙ୍କୁ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

‘ଏବିସିଡି ୨’ ଓ ’ଷ୍ଟ୍ରୀଟ୍ ଡ୍ୟାନ୍ସର’ରେ ବରୁଣଙ୍କ ଦମ୍‌ଦାର୍ ଅଭିନୟ ଦେଖିବା ପରେ ରେମୋ ତାଙ୍କର ଫ୍ୟାନ୍ ହୋଇଯାଇଛନ୍ତି। ତେଣୁ ସେ ବରୁଣଙ୍କୁ ନେଇ ଆଉ ଏକ ନୃତ୍ୟ ଭିତ୍ତିକ ଫିଲ୍ମ ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଫିଲ୍ମରେ ବରୁଣ ଏମିତି ଏକ ଚରିତ୍ରରେ ଅଭିନୟ କରିବେ ଯିଏ ପ୍ରଥମେ ନୃତ୍ୟକୁ ଘୃଣା କରୁଥିବେ। କିନ୍ତୁ ପରବର୍ତ୍ତୀ ସମୟରେ ସେ କିପରି ନିଜ ଝିଅ ପାଇଁ ଡ୍ୟାନ୍ସ ଶିଖିବେ, ତାହା ହିଁ ହେବ ଫିଲ୍ମର କାହାଣୀ।

ଏହି ଫିଲ୍ମରେ ରେମୋ ପ୍ରଥମେ ସଲ୍‌ମାନ୍‌ଙ୍କୁ ନେବାକୁ ଚାହୁଁଥିଲେ। ହେଲେ ସଲ୍‌ମାନ୍‌ ମନା କରି ଦେଇଥିଲେ। ତେବେ ସେ ରେମୋଙ୍କ ଆଉ ଏକ ଫିଲ୍ମ ‘ରେସ୍‌ ୩’ରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ।

View this post on Instagram

#StreetDancer3D

A post shared by Varun Dhawan (@varundvn) on

ସୂଚନାଯୋଗ୍ୟ, ‘ଷ୍ଟ୍ରୀଟ୍ ଡ୍ୟାନ୍ସର 3D’ ଭାରତ ଓ ପାକିସ୍ତାନ ମଧ୍ୟରେ ଡ୍ୟାନ୍ସ ଲଢ଼େଇକୁ ନେଇ ତିଆରି ହୋଇଛି। ୭୦ରୁ ୮୦ କୋଟି ବଜେଟ୍‌ରେ ଏହି ଫିଲ୍ମ ତିଆରି ହୋଇଛି। ଭୂଷଣ କୁମାର ଓ କୃଷ୍ଣ କୁମାର୍ ଏହାର ପ୍ରଯୋଜନା କରିଛନ୍ତି।



from Odisha Reporter https://ift.tt/36x62hP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages