ଲଞ୍ଚ୍‌ ହେଲା ଟାଟା ମୋଟର୍ସର ନୂଆ ଇଲେକ୍ଟ୍ରୋନିକ୍‌ କାର୍‌ ‘Nexon EV’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 29, 2020

ଲଞ୍ଚ୍‌ ହେଲା ଟାଟା ମୋଟର୍ସର ନୂଆ ଇଲେକ୍ଟ୍ରୋନିକ୍‌ କାର୍‌ ‘Nexon EV’

ନୂଆଦିଲ୍ଲୀ: ପେଟ୍ରୋଲ୍‌ ଓ ଡିଜେଲ୍‌ର ମୂଲ୍ୟ ଦିନକୁ ଦିନ ଆକାଶ ଛୁଆଁ ହେଉଥବାରୁ ଏବେ ଅଟୋମୋବାଇଲ୍‌ କମ୍ପାନୀଗୁଡ଼ି ବ୍ୟାଟେରୀ କିମ୍ବା ଇଲେକ୍ଟ୍ରିକ୍ ଗାଡ଼ି ସବୁ ବାହାର କରିବାରେ ଲାଗିଛନ୍ତି। ତେବେ ଏଥିରେ ଟାଟା ମୋଟର୍ସ ପାଦେ ଆଗକୁ ଆସି ଏକ ଇଲେକ୍‌ଟ୍ରୋନିକ୍‌ କାର୍‌ ଲଞ୍ଚ୍ କରିଛି। ଯାହାର ନାଁ ରହିଛି ଟାଟା ମୋଟର୍ସ Nexon EV

ଏହି ଇନେକ୍ଟ୍ରୋନିକ୍ କାର୍‌ର ମୂଲ୍ୟ ୧୩.୯୯ ଲକ୍ଷରୁ ଆରମ୍ଭ ହୋଇ ୧୫.୯୯ ଲକ୍ଷ ରହିଛି। Tata Nexon EV ତିନିଟି ଭ୍ୟାରିଆଣ୍ଟ (XM, XZ+ XZ+ LUX) ଲଞ୍ଚ୍ ହୋଇଛି। ଏହା କମ୍ପାନୀର ପ୍ରଥମ କାର୍‌ ଯେଉଁଥିରେ ଜିପ୍‌ଟ୍ରନ୍‌ ଟେକ୍ନୋଲୋଜି ମିଳିବ। ଏହି କାର୍‌ର ବୁକିଂ ଆମାଉଣ୍ଟ ୨୧ ହଜାର ଟଙ୍କା ରଖାଯାଇଛି।

ଫିଚର: Tata Nexon EVରେ ୨ ମୋଡ୍‌ ଡ୍ରାଇଭ୍ ଓ ସପୋର୍ଟ ମିଳିବ। ଏହାବ୍ୟତୀତ ଏଥିରେ 30.2kWhର ଲିଥିୟମ୍‌ ବ୍ୟାଟେରୀ ମିଳିବ। ଏହାର ଇଲେକ୍ଟ୍ରୋନିକ୍ ମଟର୍‌ 95kW ଅର୍ଥାତ୍ ୧୨୯ ଏଚ୍‌ପି ପାୱାର୍ ଓ ୨୪୫ ଏନ୍‌ଏମ୍‌ ଟର୍କ ଦେବ। ଏହି କାର୍‌ଟି ୯.୯ ସେକେଣ୍ଡରେ ଘଣ୍ଟା ପ୍ରତି ୧୦୦ କି.ମି. ବେଗରେ ଚାଲିପାରିବ। ଏହି ଗାଡ଼ିକୁ ୧୦ ଲକ୍ଷ କିଲୋମିଟର୍‌ ପର୍ଯ୍ୟନ୍ତ ଟେଷ୍ଟ କରାଯାଇଛି। କମ୍ପାନୀ ଅନୁଯାୟୀ ଏହି ଇନେକ୍ଟ୍ରୋନିକ୍‌ କାର୍‌ ଥରେ ଫୁଲ୍‌ ଚାର୍ଜ ହେଲେ ୩୧୨ କିଲୋମିଟର୍‌ ପର୍ଯ୍ୟନ୍ତ ଚାଲିବ।



from Odisha Reporter https://ift.tt/38Rs5BB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages