ଜୀବନ ନେଲା ସାଲାଇନ ଛୁଞ୍ଚି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 29, 2020

ଜୀବନ ନେଲା ସାଲାଇନ ଛୁଞ୍ଚି

କଟକ(ଓଡ଼ିଶା ରିପୋର୍ଟର): ଛୁଞ୍ଚି ସଂକ୍ରମଣ ଯୋଗୁ ଜୀବନ ଗଲା। ତ୍ରୁଟିପୂର୍ଣ୍ଣ ସାଲାଇନ ଛୁଞ୍ଚି ସଂଯୋଗ ଯୋଗୁଁ  ଗତ ୧୮ ଦିନ ହେଲା ଚିକିତ୍ସିତ ହେଉଥିବା ସାବିତ୍ରୀ ସାହୁ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ଆଖି ବୁଜିଛନ୍ତି । ଏଭଳି ସାଂଘାତିକ ଘଟଣା ଘଟିଛି କଟବ ବଡ଼ ମେଡିକାଲରେ।

ସାବିତ୍ରୀ ଯାଜପୁର ବଡ଼ଚଣାର ୟୁରୋଲଜି ବିଭାଗରେ ଭର୍ତ୍ତି ହୋଇଥିଲେ । ତେବେ ସେଠାରେ ସାଲାଇନ୍ ଦେବା ବେଳେ ଭୁଲ୍ ଛୁଞ୍ଚି ସଂଯୋଗ ହୋଇଥିଲା । ଯେଉଁଥିପାଇଁ ସାବିତ୍ରୀଙ୍କ ହାତରେ ସଂକ୍ରମଣ ହୋଇ ପୋକ ହୋଇଯାଇଥିଲା । ଅବସ୍ଥା  କ୍ରମଶଃ ଗୁରୁତର ହୋଇପଡ଼ିଥିବା ବେଳେ ପରିବାର ଲୋକେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଆଜି ତାଙ୍କ ମୃତ୍ୟୁ ହୋଇଛି ।

ଚିକିତ୍ସାରେ ତ୍ରୁଟିରୁ ମୃତ୍ୟୁ ହୋଇଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି ସାବିତ୍ରୀଙ୍କ ଝିଅ । ଘଟଣା ସଂପର୍କରେ ପୂର୍ବରୁ ଟ୍ୱିଟ୍ କରି ସରକାରଙ୍କୁ ଅବଗତ କରାଯାଇଥିଲା । ଏହାକୁ ନେଇ ଏସ୍‌ସିବି କର୍ତ୍ତୃପକ୍ଷ ତଦନ୍ତ ପାଇଁ ଟିମ୍ ଗଠନ କରିଥିଲେ ।



from Odisha Reporter https://ift.tt/2GvJFyC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages