କଟକ(ଓଡ଼ିଶା ରିପୋର୍ଟର):ଏସ୍ସିବି ଡେଷ୍ଟିଚ୍ୟୁଟ୍ ଓ୍ୱାର୍ଡରେ ରୋଗୀଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର ସମ୍ପର୍କରେ ଖବର ପ୍ରସାରଣ ପରେ ଆରମ୍ଭ ହୋଇଯାଇଛି ତନାଘନା । ଆଜି OHRC ସଦସ୍ୟ ଅସୀମ ଅମିତାଭ ଦାସଙ୍କ ସହ ଟିମ୍ ଏସ୍ସିବି ମେଡିକାଲ୍ରେ ପହଞ୍ଚିଛନ୍ତି । ସେମାନେ ମେଡିକାଲ୍ର ଡେଷ୍ଟିଚ୍ୟୁଟ୍ ଓ୍ୱାର୍ଡ ବୁଲିବା ସହ ରୋଗୀଙ୍କ ସହ ଆଲୋଚନା କରିଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ବି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି ।
ରୋଗୀଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ବିଭାଗୀୟ ଅଧିକାରୀ, ସିକ୍ୟୁରିଟି ଅଫିସର୍ ଏବଂ ଆଟେଣ୍ଡାଣ୍ଟଙ୍କ ସହ ଆଲୋଚନା କରିଛନ୍ତି OHRC ସଦସ୍ୟ। କିନ୍ତୁ ବିଭାଗରେ କାମ କରୁଥିବା ଆଟେଣ୍ଡାଣ୍ଟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ରୋଗୀଙ୍କୁ କେବଳ ଆୟତ୍ତ କରିବାକୁ ଏଭଳି କରାଯାଉଥିବା ସେ କହିଛନ୍ତି ।
ଏସସିବି ମେଡିକାଲ୍ର ଡେଷ୍ଟିଚ୍ୟୁଟ୍ ଓ୍ୱାର୍ଡରେ ରୋଗୀ ଦୟନୀୟ ଅବସ୍ଥାରେ ପଡ଼ିଥିବା ବେଳେ ମହିଳା ଆଟେଣ୍ଡାଣ୍ଟ ରୋଗୀଙ୍କୁ ଠେଙ୍ଗା, ବାଡ଼ିରେ ମାରୁଥିଲେ । ମୋଟ ଉପରେ କହିବାକୁ ଗଲେ ରୋଗୀ ଚିକିତ୍ସାର ଚରମ ଅବହେଳାର ନଗ୍ନ ଚିତ୍ର ସାମ୍ନାକୁ ଆସିଥିଲା ।
ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଓଡ଼ିଶାର ସବୁଠାରୁ ବଡ଼ ମେଡିକାଲ୍ କଟକ ଏସ୍ସିବିର ବିଭିନ୍ନ ବିଭାଗରେ ୧୦ଟି ଡେଷ୍ଟିଚ୍ୟୁଟ୍ ଓ୍ୱାର୍ଡ ଖୋଲା ଯାଇଛି। ଏହା ସତ୍ତ୍ୱେ ଏଠି ରୋଗୀଙ୍କୁ ଚିକିତ୍ସା କମ୍ ନିର୍ଯାତନା ବେଶି ଦିଆଯାଉଛି। ସର୍ଜରୀ ବିଭାଗ ଡେଷ୍ଟିଚ୍ୟୁଟ୍ ଓ୍ୱାର୍ଡରେ ଡାକ୍ତର କି ନର୍ସଙ୍କ ପାଦ ପଡୁନଥିବାରୁ ଆଟେଣ୍ଡାଣ୍ଟମାନେ ରୋଗୀ ସେବା କରୁଛନ୍ତି।
ଚିକିତ୍ସା ଅଭାବରୁ ନିରାଶ୍ରୟ ରୋଗୀଙ୍କ ଗୋଡ଼ ଓ ମୁଣ୍ଡରେ ପୋକ ସାଲୁବାଲୁ ହୋଇଛନ୍ତି। ଅବହେଳାର ଏମିତି ଦୟନୀୟ ଦୃଶ୍ୟର ଏକ ଭିଡିଓ ଭାଇରାଲ୍ ହେବା ପରେ ଘଟଣା ସାମନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି, ଜଣେ ଆଟେଣ୍ଡାଣ୍ଟ୍ ହାତରେ ବାଡ଼ି ଓ ଅନ୍ୟ ଜଣେ ହାତରେ ଠେଙ୍ଗା ଧରିଛନ୍ତି। ସେମାନେ ଅତି ଦୟନୀୟ ଭାବେ ଜଣେ ଅସହାୟ ରୋଗୀଙ୍କୁ ଓ୍ୱାର୍ଡ ଭିତରେ ମାଡ଼ ମାରୁଛନ୍ତି। ମେଡିକାଲ୍ କର୍ମଚାରୀଙ୍କ ଏପରି ବ୍ୟବହାର ବୁଦ୍ଧିଜୀବୀଙ୍କ ଅକଲ ଗୁଡୁମ ହୋଇଯାଇଛି।
from Odisha Reporter https://ift.tt/2svqwd2
No comments:
Post a Comment