କେଜ୍ରିଓ୍ୱାଲଙ୍କୁ ଚ୍ୟାଲେଞ୍ଜ କରିଥିବା ପ୍ରାର୍ଥୀଙ୍କ ହାତରେ ରହିଛି ମାତ୍ର ୯ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 14, 2020

କେଜ୍ରିଓ୍ୱାଲଙ୍କୁ ଚ୍ୟାଲେଞ୍ଜ କରିଥିବା ପ୍ରାର୍ଥୀଙ୍କ ହାତରେ ରହିଛି ମାତ୍ର ୯ ଟଙ୍କା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ନୂଆଦିଲ୍ଲୀ ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ପ୍ରାର୍ଥୀ ହେବେ ବୋଲି ଦଳ ଘୋଷଣା କରିଛି। ବିଜେପି ଓ କଂଗ୍ରେସ ଏବେ କେଜ୍ରିଓ୍ୱାଲଙ୍କ ବିରୋଧରେ କାହାକୁ ପ୍ରାର୍ଥୀ କରିବେ ବୋଲି ଚିନ୍ତା କରୁଥିବା ବେଳେ ଶ୍ରୀ ଭେଙ୍କେଟେଶ୍ୱର ମହା ସ୍ୱାମୀଜୀ (ଦୀପକ) ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। ଦୀପକ ଏହା ପୂର୍ବରୁ କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶରୁ ମୋଟ୍ ୧୬ ଥର ନିର୍ବାଚନ ଲଢ଼ିସାରିଛନ୍ତି।

ମଙ୍ଗଳବାର ଦୀପକ ବିଜେପି, ଏନସିପି ଏବଂ ହିନ୍ଦୁସ୍ଥାନ ଜନତା ପାର୍ଟିରୁ ନାମାଙ୍କନ ଭରିଛନ୍ତି। ହେଲେ ଏହି ତିନୋଟି ଦଳ ତାଙ୍କ ଆଡ଼ୁ ଦୀପକଙ୍କୁ ପ୍ରାର୍ଥୀ ବୋଲି ଘୋଷଣା କରି ନାହାନ୍ତି। ଦୀପକ କହିଛନ୍ତି, ସାରା ଦେଶରେ ଗେରୁଆ ଦଳ ପ୍ରତି ଲୋକଙ୍କର ସମର୍ଥନ ରହିଛି। ସାଧାରଣ ଜନତାଙ୍କର ବିଶ୍ୱାସ ମଧ୍ୟ ବିଜେପି ଦଳ ପ୍ରତି ରହିଛି। ଯଦିଓ ବିଜେପି ତାଙ୍କୁ ଟିକେଟ ଦେଇ ନାହିଁ। ହେଲେ ତାଙ୍କୁ ବିଜେପି ପ୍ରାର୍ଥୀ ବୋଲି ଆଗାମୀ ଦିନରେ ଘୋଷଣା କରିବ ବୋଲି ସେ କହିଛନ୍ତି। ଯଦି ବିଜେପି ଟିକେଟ ନଦିଏ ତାହେଲେ ଅନ୍ୟ ଦୁଇ ଦଳରୁ କେହି ଜଣେ ଟିକେଟ ଦେବ ବୋଲି ସେ କହିଛନ୍ତି।

ସ୍ୱାମୀ ଭେଙ୍କେଟେଶ୍ୱର ଏବେ ଦ୍ୱାରକାରେ ଜଣେ ସାଙ୍ଗଙ୍କ ସହିତ ରହୁଛନ୍ତି। ଦିଲ୍ଲୀରେ ରହିବା ପାଇଁ ତାଙ୍କର କୌଣସି ସ୍ଥାୟୀ ଠିକଣା ନାହିଁ। ନିର୍ବାଚନ ଲଢ଼ିବା ପାଇଁ ସେ ଶରଦ ପାଓ୍ୱାର(ଏନସିପି ନେତା ନୁହେଁ) ବୋଲି ଜଣେ ବ୍ୟକ୍ତିଙ୍କ ପାଖରୁ ସେ ୯୯,୯୯୯ ଟଙ୍କା ଧାର ଆଣିଛନ୍ତି। ନିର୍ବାଚନୀ ସତ୍ୟପାଠ ଦାଖଲ କରିବା ବେଳେ ତାଙ୍କ ପାଖରେ ମୋଟ୍ ୯ ଟଙ୍କା ହାତରେ ନଗଦ ରହିଛି ବୋଲି ଏହି ସବୁ ତଥ୍ୟ ଦର୍ଶାଇଛନ୍ତି।



from Odisha Reporter https://ift.tt/2FPANUj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages