‘3 idiots’ ଦେଖିବା ପରେ ଚିନ୍ତିତ ହୋଇପଡ଼ିଥିଲେ ଶ୍ରୀତମ, ବାଟରେ ଘଟିଥିଲା ଦୁର୍ଘଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 17, 2020

‘3 idiots’ ଦେଖିବା ପରେ ଚିନ୍ତିତ ହୋଇପଡ଼ିଥିଲେ ଶ୍ରୀତମ, ବାଟରେ ଘଟିଥିଲା ଦୁର୍ଘଟଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୦୯ରେ ରିଲିଜ୍‌ ହୋଇଥିଲା ବଲିଉଡ୍‌ ଫିଲ୍ମ ‘3 idiots’। ସମସ୍ତଙ୍କୁ ଏ ଫିଲ୍ମ ଭଲ ଲାଗିଥିଲା। ଓଲିଉଡ୍ ଅଭିନେତା ଶ୍ରୀତମଙ୍କୁ ମଧ୍ୟ ଏ ଫିଲ୍ମ ଭଲ ଲାଗିଥିଲା। କିନ୍ତୁ ଏହି ଫିଲ୍ମ ଦେଖି ସେ ଏତେ ଚିନ୍ତିତ ହୋଇଯାଇଥିଲେ ଯେ ଫେରିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ତେବେ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ। ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ‘ରେଡିଓ ଟାଇମ୍‌ ୱିଥ୍‌ ଅନନ୍ୟା’ର ଏକ ଏପିସୋଡ୍‌ରେ ଯୋଗଦେଇ ଶ୍ରୀତମ ନିଜେ ଏ ଏକଥା କହିଥିଲେ।

ସେ କହିଥିଲେ, “ଫିଲ୍ମଟି ମୋତେ ଖୁବ୍‌ ଭଲ ଲାଗିଥିଲା। କିନ୍ତୁ ଫିଲ୍ମଟି ଦେଖିବା ପରେ ମୋ ମୁଣ୍ଡକୁ ବାରମ୍ବାର ଏ କଥା ଆସୁଥିଲା- ଏମିତି ଏକ ଫିଲ୍ମର ଯୋଜନା ଆମ ମୁଣ୍ଡକୁ କାହିଁକି ଆସିଲା ନାହିଁ ? ଓଲିଉଡ୍‌ରେ କାହିଁକି ଏମିତି ଏକ ଫିଲ୍ମ ତିଆରି ହୋଇପାରିଲା ନାହିଁ ? ଜଣେ ପ୍ରଯୋଜକ ହିସାବରେ ମୁଁ ନିଜକୁ ମଧ୍ୟ ଏଥିପାଇଁ ଦୋଷ ଦେଉଥିଲି। ଏମିତି ସବୁ କଥା ଭାବି ଭାବି ଗାଡ଼ି ଚଲାଉଥିବା ବେଳେ ଏକ କାର୍‌କୁ ପିଟି ଦେଇଥିଲି। କିନ୍ତୁ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନଥିଲା।”

ଶ୍ରୀତମ ଆହୁରି କହିଥିଲେ ଯେ ‘3 idiots’  ଫିଲ୍ମଟି ପ୍ରାୟ ସମସ୍ତ ଦର୍ଶକଙ୍କର ପସନ୍ଦ। ଏହି ଫିଲ୍ମ ସମସ୍ତଙ୍କୁ ଅନୁପ୍ରେରିତ କରିଛି। ଖାସ୍‌ କରି ଶିକ୍ଷାର୍ଥୀଙ୍କୁ ଏହି ଫିଲ୍ମରୁ ବହୁତ ସୁନ୍ଦର ବାର୍ତ୍ତା ମିଳେ। କିନ୍ତୁ ଜଣେ ପ୍ରଯୋଜକ ଭାବେ ଯେତେବେଳେ ଆମେ ଏମିତି କାହାଣୀ ଧରି ପାରୁନା ସେତେବେଳେ କଷ୍ଟ ଲାଗେ।

ସେହିପରି ସୁଯୋଗ ମିଳିଲେ ବଲିଉଡ୍‌ ଫିଲ୍ମ ‘ସଦ୍‌ମା’କୁ ଓଡ଼ିଆରେ ରିମେକ୍ କରିବାକୁ ଚାହିଁବେ ବୋଲି ଶ୍ରୀତମ ଏହି କାର୍ଯ୍ୟକ୍ରମରେ କହିଥିଲେ। ଏହି ଫିଲ୍ମଟି ୧୯୮୩ରେ ରିଲିଜ୍‌ ହୋଇଥିଲା। ଏଥିରେ ଶ୍ରୀଦେବୀ ଓ କମଲ୍‌ ହାସନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

 

 

 



from Odisha Reporter https://ift.tt/2V6zsBz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages