କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଚାଯପଶି ଛକ ନିକଟରେ ଟ୍ରକ୍ ପଛରେ ଏକ କାର୍ ପିଟି ହେବାରୁ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ପରିଚୟ ମିଳିପାରି ନାହିଁ। ତେବେ ସେମାନେ ଗୋଟିଏ ପରିବାରର ବୋଲି ଅନୁମାନ କରାଯାଉଛି।
ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁସାରେ, କାର୍ଟି କେନ୍ଦୁଝରକୁ ଆସୁଥିବା ବେଳେ ଚାଯପଶି ଛକ ନିକଟରେ ଠିଆ ହୋଇଥିବା ଟ୍ରକ୍ ପଛରେ ଜୋରରେ ଧକ୍କା ଦେଇଥିଲା। ଫଳରେ କାର୍ରେ ଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
from Odisha Reporter https://ift.tt/2RPldik
No comments:
Post a Comment