ଜଙ୍ଗଲରୁ ଉତ୍ତମଙ୍କ ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 1, 2020

ଜଙ୍ଗଲରୁ ଉତ୍ତମଙ୍କ ମୃତଦେହ ଉଦ୍ଧାର

ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ସଜନାଗଡ଼ ନିକଟ ତିନିକୋଶିଆ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଉତ୍ତମ ଦେହୁରୀ। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା କାଲାଡ଼ାହି ଗାଁରେ।

ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହଟିକୁ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଏଥିସହ ମୃତଦେହ ନିକଟରେ ପଡ଼ିଥିବା ଏକ ବାଇକ୍ ଓ ଆଧାର କାର୍ଡକୁ ପୁଲିସ୍‌ ଜବତ କରିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ। ତେବେ ପୁଲିସ୍‌ ଘଟଣାର ତଦନ୍ତ ଚଲାଇଛି।

ସୂଚନାଯୋଗ୍ୟ, ଜାନୁଆରୀ ୨୬ ତାରିଖରେ ମଧ୍ୟ ଏହି ଜଙ୍ଗଲରୁ ଏକ ଗଳିତ ଶବ ଉଦ୍ଧାର କରାଯାଇଥିଲା। ତେଣୁ ଆଜି ଏଠାରୁ ଆଉ ଏକ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।



from Odisha Reporter https://ift.tt/394hJ11

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages