ତିନି ଘଣ୍ଟା ପାଇଁ ଆସିବେ ଟ୍ରମ୍ପ, ଗୁଜରାଟ ସରକାର ଖର୍ଚ୍ଚ କରିବେ ୧୦୦ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 14, 2020

ତିନି ଘଣ୍ଟା ପାଇଁ ଆସିବେ ଟ୍ରମ୍ପ, ଗୁଜରାଟ ସରକାର ଖର୍ଚ୍ଚ କରିବେ ୧୦୦ କୋଟି

ଅହମଦାବାଦ: ଫେବ୍ରୁଆରୀ ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତିନି ଘଣ୍ଟା ପାଇଁ ଅହମଦାବାଦ ଆସିବେ। ତାଙ୍କୁ ଏଠାରେ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହେଉଥିବା ଗୁଜରାଟ ସରକାର ଏଥିପାଇଁ ପାଖାପାଖି ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି। ଟ୍ରମ୍ପଙ୍କ ସ୍ୱାଗତରେ ବଜେଟ୍ ବାଧକ ହେବ ନାହିଁ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଟ୍ରମ୍ପଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସହରକୁ ସୁନ୍ଦର ଭାବେ ସଜାଇବା ପାଇଁ ଅହମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍‌ (ଏଏମ୍‌ସି) ଓ ଅହମଦାବାଦ ଅର୍ବାନ୍ ଡେଭଲପ୍‌ମେଣ୍ଟ ଅଥରିଟି ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ରାସ୍ତାଘାଟ ଚିକ୍କଣ କରିବା ସହିତ ସହରକୁ ସୁନ୍ଦର ଭାବେ ସଜାଇବା ପାଇଁ ଏହି ଦୁଇ ସଂସ୍ଥା ମିଶି ପାଖାପାଖି ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି। କେବଳ ଯେଉଁ ରୁଟ୍‌ ଦେଇ ଟ୍ରମ୍ପ ଯିବେ ତା’ର ସୌନ୍ଦର୍ଯ୍ୟକରଣ ସହିତ ଭେନ୍ୟୁ ସ୍ଥଳର ସାଜସଜ୍ଜା ପାଇଁ ୬ କୋଟି ଟଙ୍କା ବ୍ୟୟ କରାଯିବ। ବିମାନବନ୍ଦରରୁ ମୋଟେରା ଷ୍ଟାଡିୟମ ଓ ସାବରମତି ଆଶ୍ରମ ରାସ୍ତାର ପୃଷ୍ଠଭାଗକୁ ଚିକ୍କଣ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ସଂପୃକ୍ତ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ଗୁଜରାଟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ୧୦୦ କୋଟିରୁ କିଛି ଭାଗ କେନ୍ଦ୍ର ସରକାର ଦେଇପାରନ୍ତି। କିନ୍ତୁ ଏହି ବ୍ୟୟର ସିଂହ ଭାଗ ରାଜ୍ୟ ସରକାର ହିଁ ବହନ କରିବେ।



from Odisha Reporter https://ift.tt/38y4iXm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages