ସାନ ଭାଇ ନେଲା ବଡ଼ ଭାଇର ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 14, 2020

ସାନ ଭାଇ ନେଲା ବଡ଼ ଭାଇର ଜୀବନ

ନୂଆପଡ଼ା (ମାୟାଧର ସରାଫ): ପାରିବାରିକ କଳହର କରୁଣ ପରିଣତି। ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ହରିଜନପଡ଼ାରେ। ମୃତ ବ୍ୟକ୍ତିଜଣଙ୍କ ହେଲେ ଶିବା ହରିପାଲ। ପୁଲିସ୍ ଅଭିଯୁକ୍ତ ଦିବ୍ୟା ହରିପାଲକୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟାରେ କୌଣସି କଥାକୁ ନେଇ ୨ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ସାନଭାଇ ଦିବ୍ୟା ହଠାତ ଉତ୍ତକ୍ଷିପ୍ତ ହୋଇ ପଡ଼ିଥିଲେ। ଘରୁ ଏକ ଟାଙ୍ଗିଆ ଆଣି ବଡ଼ ଭାଇ ଶିବାଙ୍କ ଉପରକୁ ଆକ୍ରମଣ କରିଥିଲେ। ଶିବାଙ୍କର ବେକ ଓ ମୁଣ୍ଡରେ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କୋମନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ବଡ଼ ପୁଅର ମୃତ୍ୟୁକୁ ନେଇ ବାପା ରବୀନ୍ଦ୍ର ହରିପାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି।



from Odisha Reporter https://ift.tt/31Y3Mzm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages