ବ୍ରହ୍ମପୁର: ବାହାରେ ଅଳିଆ ପକାଇଥିବା ୬ ଜଣ ଦୋକାନୀଙ୍କୁ ୧୦ ହଜାର ଲେଖାଏଁ ଜରିମାନା ଗଣିବାକୁ ପଡ଼ିଛି। ଗତକାଲି ରାତିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ବ୍ରହ୍ମପୁରର ମୁଖ୍ୟ ମାର୍କେଟ କୁହାଯାଉଥିବା ଅନ୍ନପୂର୍ଣ୍ଣା ମାର୍କେଟ ଓ ଏସ୍ଏନଟି ରୋଡ଼୍କୁ ଯାଇଥିଲେ। ଏହି ସମୟରେ ମାର୍କେଟର କିଛି ଦୋକାନୀମାନେ ସେମାନଙ୍କ ଦୋକାନ ବନ୍ଦ କରୁଥିଲେ। ତେବେ ତା’ପୂର୍ବରୁ ସେମାନେ ଦୋକାନର ଅଳିଆ ବାହାରେ ଫୋଫାଡ଼ି ଦେଉଥିବା ଜିଲ୍ଲାପାଳ ଓ ବିଏମ୍ସି କମିଶନର ଦେଖିବାକୁ ପାଇଥିଲେ।
ବିଏମ୍ସି ପକ୍ଷରୁ ଅଳିଆ ଗାଡ଼ି ଦୋକାନ ଦୋକାନ ବୁଲି ଅଳିଆ ଆବର୍ଜନା ସଂଗ୍ରହ କରୁଥିବା ବେଳେ ଦୋକାନୀମାନଙ୍କ ଏତାଦୃଶ୍ୟ କାର୍ଯ୍ୟ ସେମାନଙ୍କୁ ଭଲ ଲାଗି ନଥିଲା। ଏହା ପରେ ଜିଲ୍ଲାପାଳ ସେମାନଙ୍କ ଉପରେ ଫାଇନ୍ ପକାଇଥିଲେ। ୬ ଜଣ ଦୋକାନୀଙ୍କ ଉପରେ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ପଡ଼ିଥିବା ବିଏମ୍ସି କମିଶନର କହିଛନ୍ତି।
ପୂର୍ବରୁ ବି ଏହି ଅଞ୍ଚଳର କେତେକ ଦୋକାନୀ ଏପରି ଭାବେ ବାହାରେ ଅଳିଆ ଫୋଫଡ଼ି ଥିବାରୁ ବିଏମ୍ସି ସେମାନଙ୍କ ଉପରେ ହଜାରେ ଟଙ୍କା ଲେଖାଏଁ ଜରିମାନା ପକାଇଥିଲା।
from Odisha Reporter https://ift.tt/39cyTty
No comments:
Post a Comment