ପୁଣି ବିଗିଡ଼ି ଗଲା ରୁଷିଙ୍କ ସ୍ୱାସ୍ଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 6, 2020

ପୁଣି ବିଗିଡ଼ି ଗଲା ରୁଷିଙ୍କ ସ୍ୱାସ୍ଥ୍ୟ

ମୁମ୍ୱାଇ: କ୍ୟାନ୍‌ସର୍‌ରେ ପୀଡ଼ିତ ହୋଇ ଚିକିତ୍ସା ପରେ ଗତବର୍ଷ ଭାରତ ଫେରିଥିବା ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ରୁଷି କପୁରଙ୍କ ସ୍ୱାସ୍ଥ୍ୟାବସ୍ଥା କିଛି ଦିନ ତଳେ ପୁଣି ବିଗିଡ଼ି ଯାଇଥିଲା। ଅବଶ୍ୟ ଚିକିତ୍ସା ପରେ ଏବେ ସେ ସୁସ୍ଥ ଅଛନ୍ତି।

ମଙ୍ଗଳବାର ଦିନ ରୁଷି ଏକ ଟ୍ୱିଟ୍ କରି କହିଥିଲେ ଯେ ଦିଲ୍ଲୀରେ ୧୮ ଦିନ ଧରି ସେ ଶୁଟିଂ କରିଥିଲେ। ସେଠାକାର ପ୍ରଦୂଷଣ ଯୋଗୁ ତଥା ତାଙ୍କର ନ୍ୟୁଟ୍ରୋଫିଲ୍ସ କାଉଣ୍ଟ ହ୍ରାସ ପାଇବା ଯୋଗୁ ସେ ସଂକ୍ରମଣର ଶିକାର ହୋଇଥିଲେ। ସେଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ପାଇ ଚିନ୍ତିତ ହୋଇପଡ଼ିଥିବା ତଥା ନିରୋଗ କାମନା କରିଥିବା ପରିବାରର ସମସ୍ତ ସଦସ୍ୟ ଓ ଫ୍ୟାନ୍‌ମାନଙ୍କୁ ସେ ଧନ୍ୟବାଦ୍ ଜଣାଇଛନ୍ତି।

ସେ ଆହୁରି ଲେଖିଥିଲେ ଯେ ତାଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। ପରୀକ୍ଷା କଲା ପରେ ଜଣାପଡ଼ିଥିଲେ ଯେ ସେ ନିମୋନିଆରେ ଶିକାର ହୋଇଥା’ନ୍ତେ। ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି। ଲୋକେ ଅଲଗା କିଛି ଭାବି ନେଇଥିଲେ। ତେବେ ସେ ସେଥିପାଇଁ ଆଦୌ ଚିନ୍ତିତ ନୁହନ୍ତି। ଏବେ କେବଳ ସେ ଲୋକମାନଙ୍କୁ ଏଣ୍ଟରଟେନ୍‌ କରିବା କଥା ଭାବୁଛନ୍ତି।

ସୂଚନାଯୋଗ୍ୟ, ୨୦୧୮ରେ ରୁଷି କ୍ୟାନ୍‌ସର୍‌ରେ ପୀଡ଼ିତ ଅଛନ୍ତି ବୋଲି ଜଣାପଡ଼ିଥିଲା। ଏହା ପରେ ତାଙ୍କୁ ନ୍ୟୁୟର୍କ ନିଆଯାଇଥିଲା। ସେଠାରେ ସେ ପାଖାପାଖି ବର୍ଷେ ରହିବା ପରେ ଗତବର୍ଷ ସେପ୍ଟେମ୍ବରରେ ସୁସ୍ଥ ହୋଇ ଭାରତ ଫେରିଥିଲେ।

 



from Odisha Reporter https://ift.tt/2vdFWDu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages