ମହାନଦୀକୁ ଗାଧୋଇବାକୁ ଯାଇଥିଲେ, ମିଳୁନି ପତ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 27, 2020

ମହାନଦୀକୁ ଗାଧୋଇବାକୁ ଯାଇଥିଲେ, ମିଳୁନି ପତ୍ତା

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହାନଦୀର କୋଟକଣା ଗଡ଼ାରେ  ଗାଧୋଉଥିବା ବେଳେ ଜଣେ ୧୨ ବର୍ଷର ନାବାଳକ ନିଖୋଜ ହୋଇଯାଇଛନ୍ତି।  ନିଖୋଜ ନାବାଳକଙ୍କ ନାଁ ରୁଦ୍ର ନାରାୟଣ ଦାସ। ତାଙ୍କ ଘର ରାହାଡ଼ିଙ୍ଗା ଗାଁରେ। ସେ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ। ରୁଦ୍ର କୋଟକଣାସ୍ଥିତ ନିଜ ମାମୁ ଘରେ ରହି ପାଠ ପଢ଼ୁଥିଲେ।

ଗତକାଲି ମଧ୍ୟାହ୍ଣରେ ରୁଦ୍ର  ନିଜ ସାଙ୍ଗମାନଙ୍କ ସହିତ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଅସାବଧନତାବଶତଃ ସେ ପାଣିରେ ବୁଡ଼ି ଯାଇଥିଲେ। ଏହାପରେ ତାଙ୍କ ସାଙ୍ଗମାନେ ଭୟରେ ଗାଁକୁ ପଳାଇ ଆସିଥିଲେ। ତେବେ ରୁଦ୍ର ଘରକୁ ନ ଫେରିବାରୁ  ତାଙ୍କ ମାମୁ ଘର ଲୋକେ  ପଚରାଉଚରା କରିବା ପରେ ଘଟଣା ସମ୍ପର୍କରେ ଜଣା ପଡ଼ିଥିଲା। ଏନେଇ ସେମାନେ ତିର୍ତ୍ତୋଲ ଅଗ୍ନିଶମ ସେବା ବିଭାଗକୁ ଖବର ଦେଇଥିଲେ।

ଅଗ୍ନିଶମ କର୍ମଚାରୀ ପ୍ରାୟ ୨ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ମଧ୍ୟ ରୁଦ୍ରଙ୍କର କୌଣସି ସନ୍ଧାନ ପାଇ ନ ଥିଲେ ।  ସନ୍ଧ୍ୟା ହୋଇଯିବାରୁ ଗତକାଲି ଉଦ୍ଧାର କାର୍ଯ୍ୟ ମଧ୍ୟ ବନ୍ଦ ରହିଥିଲା ।  ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।



from Odisha Reporter https://ift.tt/386GOYD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages