ମ୍ୟାଟ୍ରିକ ହବ୍‌ ସେଣ୍ଟରରେ ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 27, 2020

ମ୍ୟାଟ୍ରିକ ହବ୍‌ ସେଣ୍ଟରରେ ନିଆଁ

ନୀଳଗିରି(ବିଶ୍ୱମ୍ବର ଦାସ): ନୀଳଗିରି ସହରସ୍ଥିତ କୈଳାଶ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଗତ ରାତିରେ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ସ୍କୁଲକୁ ହବ ସେଣ୍ଟର କରାଯାଇ ମ୍ୟାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ରଖାଯାଇଥିବା ବେଳେ ଅଗ୍ନିକାଣ୍ଡ ଘଟିବାରୁ ଉଦ୍‌ବେଗ ପ୍ରକାଶ ପାଇଛି । ପୁଲିସ୍‌ ଓ ସ୍କୁଲ୍‌ ଷ୍ଟାଫ ସୁରକ୍ଷା  ଦାୟିତ୍ୱରେ ମୁତୟନ ହୋଇଥିବା ବେଳେ କିପରି ନିଆଁ ଲାଗିଲା  ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କୈଳାଶ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ହବ୍‌ ସେଣ୍ଟର କରାଯାଇ ଏଠାରେ ନୀଳଗିରି ବ୍ଲକ୍‌ର ସମସ୍ତ ସ୍କୁଲ ଓ ଔପଦା ବ୍ଲକର କେତେକ ସ୍କୁଲ ପାଇଁ ମ୍ୟାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ରଖାଯାଇଛି। ଏଥିନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ଏହାସତ୍ତ୍ୱେ ଗତ ରାତି ପ୍ରାୟ ୧୦ଟା ୩୦ରେ ପ୍ରଶ୍ନପତ୍ର ରୁମ୍‌ ପାର୍ଶ୍ୱ ରୁମ୍‌ରୁ ପ୍ରବଳ ଧୂଆଁ ବାହାରକୁ ନିର୍ଗତ ହେବା ଦେଖି ତୁରନ୍ତ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ସଙ୍ଗେ ସଙ୍ଗେ ନୀଳଗିରି ସହରର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରି ନିଆଁକୁ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡ ଯୋଗୁ ଏକ କମ୍ପୁଟର ଓ ପ୍ରିଣ୍ଟର ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳିଯାଇଥିବା ଜଣାଯାଇଛି।

ଘଟଣାସ୍ଥଳରେ ନୀଳଗିରି ପୁଲିସ୍‌ , BEO ଓ DEO ପହଞ୍ଚିଥିଲେ। ସ୍ଥିତି ନିୟନ୍ତ୍ରଣକୁ ଆସିବାପରେ ପ୍ରଶ୍ନପତ୍ର ରଖାଯାଇଥିବା ରୁମ୍‌ ଯାଞ୍ଚ କରି ପ୍ରଶ୍ନପତ୍ର ସୁରକ୍ଷିତ ଥିବା ସହ ଆଜି ପରୀକ୍ଷାରେ କୌଣସି ବାଧା ହେବନାହିଁ ବୋଲି DEO ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପ୍ରଶପତ୍ର ନିକଟ ରୁମ୍‌ରେ ଲାଗିଥିବା ନିଆଁ ସର୍ଟ ସର୍କିଟ ଯୋଗୁଁ ଲାଗିଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ତେବେ ଏହା କେବଳ ସର୍ଟ ସର୍କିଟ ନା ମଣିଷକୃତ ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ ।



from Odisha Reporter https://ift.tt/32D9dEj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages