ସ୍ୱାସ୍ଥ୍ୟ ପାଇଁ ଭଲ ଗରମ ମସଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 19, 2020

ସ୍ୱାସ୍ଥ୍ୟ ପାଇଁ ଭଲ ଗରମ ମସଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଗରମ ମସଲାର ବ୍ୟବହାର କରାଯାଇଥାଏ। ଏହା କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଇନଥାଏ, ସ୍ୱାସ୍ଥ୍ୟକୁ ଲାଭ ମଧ୍ୟ ପହଞ୍ଚାଇଥାଏ। ୧୦ରୁ ଅଧିକ ମସଲା, ଯେପରିକି ଡାଲଚିନି, ତେଜପତ୍ର, ଲବଙ୍ଗ, ଗୁଜୁରାଚି, ହଳଦୀ, ଜୀରା, ଧନିଆ, ଗୋଲମରିଚକୁ ଗ୍ରାଇଣ୍ଡିଂ କରି ଗରମ ମସଲା ପ୍ରସ୍ତୁତ କରାଯାଉଥିବାରୁ ଏଥିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ତେବେ ଆସନ୍ତୁ ଜାଣିବା, ଗରମ ମସଲା ଖାଇଲେ କେଉଁସବୁ ଲାଭ ମିଳିଥାଏ।

୧. ଗରମ ମସଲା ଖାଇଲେ ପାଚନ କ୍ରିୟା ଠିକ୍ ରହିଥାଏ। ତେଣୁ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।

୨. ଏହାକୁ ଖାଇଲେ ଶରୀରରେ ୱେଟ୍‌ ବର୍ଣ୍ଣ ହୋଇଥାଏ। ଗବେଷଣା ଅନୁସାରେ ଏଥିରେ ଫାଇବର୍‌ ଥିବାରୁ ଓଜନ ହ୍ରାସ ହୋଇଥାଏ।

୩. ଯେଉଁମାନଙ୍କୁ ଭୋକ କମ୍‌ ହେଉଛି, ସେମାନେ ଗରମ ମସଲା ଖାଆନ୍ତୁ। ଏହାଦ୍ୱାରା ପେଟରେ ପାଚନ ରସ ବଢ଼ିଥାଏ। ଗରମ ମସଲାରେ ଲବଙ୍ଗ, ଜୀରା ରହିଥିବାରୁ ଏସିଡିଟି କମ୍‌ ହୋଇଥାଏ।

୪. ଶରୀରରେ ମେଟାବୋଲିଜିମ୍‌ ବଢ଼ିଲେ ଓଜନ କମ୍‌ ହେବ। କେବଳ ଏତିକି ନୁହେଁ, ମେଟାବୋଲିଜିମ୍‌ ସୁସ୍ଥ ରହିଲେ, ଶରୀରକୁ ଶକ୍ତି ମିଳିଥାଏ। ଗରମ ମସଲାରେ ଗୋଲମରିଚ ମେଟାବୋଲିଜିମ୍‌କୁ ସୁସ୍ଥ ରଖିଥାଏ।

୫. ଗରମ ମସଲାରେ ଥିବା ଜୀରା ଏକ ଆଣ୍ଟି-ଡାଇବେଟିକ୍‌ ଏଜେଣ୍ଟ। ଏହା ଡାଇବେଟିସ୍‌ର ଲକ୍ଷଣକୁ କମ୍‌ କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରିଥାଏ।

୬. ଜୀରା, ଡାଲଚିନି ଓ ଗୋଲମରିଚରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଇନଫ୍ଲାମେଣ୍ଟାରୀ ଗୁଣ ରହିଛି। ତେଣୁ ଏହା ହାର୍ଟକୁ ସୁସ୍ଥ ରଖିଥାଏ।

ମନେ ରଖନ୍ତୁ ଆବଶ୍ୟକତାଠାରୁ ଅଧିକ ଗରମ ମସଲା ଖାଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ।



from Odisha Reporter https://ift.tt/2PajaDQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages