ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ଗାୟିକା ନେହା କକ୍କଡ଼ ଏବେ ନିଜ ଲଭ୍ ଲାଇଫ୍କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ହିମାଂଶ କୋହଲି, ନେହାଙ୍କ ସହ ତାଙ୍କ ବ୍ରେକଅପ୍କୁ ନେଇ ବୟାନ ଦେଇଥିଲେ। ସେ କହିଥିଲେ ଯେ ସେ ଏ ସବୁକୁ ନେଇ ଅନେକ ଦିନ ହେଲାଣି ଚୁପ୍ ରହିଥିଲେ, ସେଥିପାଇଁ ଲୋକଙ୍କ ମନରେ ତାଙ୍କ ବିଷୟରେ ଭୁଲ୍ ଧାରଣା ଆସିଥିଲା। ତେବେ ହିମାଂଶଙ୍କ ବୟାନ ପରେ ନେହା ବହୁତ ରାଗିଯାଇଛନ୍ତି ଓ ତାଙ୍କୁ ସୋଶାଲ୍ ମିଡିଆରେ ଏକ ପୋଷ୍ଟ କରି ସିଧା ଧମକ୍ ମଧ୍ୟ ଦେଇଛନ୍ତି।
ନେହା ଇନ୍ଷ୍ଟାରେ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ‘ଲଭ୍ ୟୁ ଗୁଡ୍ଡୁ। ଭଗବାନ୍ଙ୍କ ଦୟାରୁ ମୋ ପାଖରେ ସେ ସବୁ ଅଛି ଯାହା ଜଣେ ଜୀବନରେ ଚାହେଁ। ଆଉ ଏହାର ଏକମାତ୍ର କାରଣ ହେଉଛି ଭଲ କର୍ମ। ଯେଉଁ ଲୋକମାନେ ମୋ ବିଷୟରେ ଖରାପ କହୁଛନ୍ତି ସେମାନେ ମୋତେ ଈର୍ଷା କରନ୍ତି। ସେମାନେ କେବଳ ଚର୍ଚ୍ଚାକୁ ଆସିବା ପାଇଁ ମୋଁ ଷ୍ଟାରଡମ୍କୁ ବ୍ୟବହାର କରୁଛନ୍ତି। ପୂର୍ବରୁ ମଧ୍ୟ ମୋ ନାଁକୁ ବ୍ୟବହାର କରି ଫେମସ୍ ହୋଇଥିଲେ ଓ ଏବେ ବି କରୁଛନ୍ତି। ପୁଣିଥରେ ଫେମସ୍ ହେବା ପାଇଁ ମୋ ନାଁକୁ ବ୍ୟବହାର କରିବାକୁ ଚେଷ୍ଟା କରନାହିଁ। ମୁଁ ତୁମ ମା, ବାପା ଓ ଭଉଣୀଙ୍କ କାରନାମା ମଧ୍ୟ କହିପାରିବି। ଯାହା ବି ସେମାନେ ମୋ ସହ କରିଛନ୍ତି ଓ କହିଛନ୍ତି। ମୁଁ ତୁମକୁ ଚେତାବନୀ ଦେଉଛି ଯେ ମୋ ନାଁ ବ୍ୟବହାର କରିବାକୁ ଚେଷ୍ଟା ବି କରିବନି ଓ ଦୁନିଆ ଆଗରେ ବିଚାରା ହେବାକୁ ଚେଷ୍ଟା କରନାହିଁ। ମୋତେ ଏଠି ଭିଲେନ୍ ବନେଇବାକୁ ବି ଚେଷ୍ଟା କର ନାହିଁ। ମୋଠୁ ଓ ମୋ ନାଁଠୁ ଦୂରେଇ ରୁହ।’
ସୂଚନାଯୋଗ୍ୟ, ହିମାଂଶ କୋହଲି କିଛିଦିନ ତଳେ ଏକ ସାକ୍ଷାତକାରରେ କହିଥିଲେ ଯେ ବ୍ରେକ୍ଅପ୍ କରିବାର ନିର୍ଣ୍ଣୟ ତାଙ୍କର ନୁହେଁ ନେହାଙ୍କର ଥିଲା। ସେ କହିଥିଲେ, ‘ସେହି ସମୟରେ ଏପରି ବହୁତ କିଛି ହୋଇଥିଲା ଯାହା ବିଷୟରେ ମୁଁ କଥା ହେବାକୁ ଚାହେଁନାହିଁ। ମୁଁ ବାସ୍ ଏତିକି କହିପାରିବି ଯେ ସେ ଏହି ସମ୍ପର୍କକୁ ଆଗକୁ ବଢ଼ାଇବାକୁ ଚାହୁଁନଥିଲେ, ସେଥିପାଇଁ ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲୁ।’
from Odisha Reporter https://ift.tt/2P7VOic
No comments:
Post a Comment