କେବେ ପିଇଛନ୍ତି ପିଜୁଳି ପତ୍ର ଜୁସ୍‌ ? କେଉଁମାନେ ପିଇବା ଉଚିତ୍‌ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 22, 2020

କେବେ ପିଇଛନ୍ତି ପିଜୁଳି ପତ୍ର ଜୁସ୍‌ ? କେଉଁମାନେ ପିଇବା ଉଚିତ୍‌ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିଜୁଳି ଖାଇଲେ ସ୍ୱାସ୍ଥ୍ୟକୁ ମିଳୁଥିବା ଲାଭ ସମ୍ପର୍କରେ ଆପଣମାନେ ଜାଣିଥିବେ। ତେବେ ପିଜୁଳି ପତ୍ର ବି ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ସେଥିପାଇଁ ଡାକ୍ତରମାନେ ପିଜୁଳି ପତ୍ର ଜୁସ୍ ପିଇବା ପାଇଁ ପରାମର୍ଶ ଦେଇଥା’ନ୍ତି। ପିଜୁଳି ପତ୍ର ରସ ପିଇଲେ ଶରୀରକୁ କେଉଁ ସବୁ ଲାଭ ମିଳିଥାଏ, ଆସନ୍ତୁ ସେ ବିଷୟରେ ଜାଣିନେବା।

୧. ପିଜୁଳି ପତ୍ର ରସ ପିଇଲେ ରକ୍ତରେ ପ୍ଲେଟ୍‌ଲେଟ୍‌ ସଂଖ୍ୟା ବଢ଼ିଥାଏ। ଏହି ପତ୍ରରେ ମେଗାକ୍ୟାରୋପିୟୋସିସ୍‌ ପରି ଔଷଧୀୟ ଗୁଣ ରହିଛି, ଯାହା ପ୍ଲେଟ୍‌ଲେଟ୍‌ ସଂଖ୍ୟାକୁ ଦ୍ରୁତ ଗତିରେ ବଢ଼ାଇଥାଏ। ତେଣୁ ଏହା ଡେଙ୍ଗୁ ରୋଗୀଙ୍କ ପାଇଁ ବେଶ୍ ଭଲ।

୨. ପିଜୁଳି ପତ୍ରକୁ ଜୁସ୍‌ କରି ପିଇଲେ ମାଂସପେଶୀ ମଜବୁତ୍‌ ହୋଇଥାଏ। ଏଥିରେ Quercetin ନାମରେ ଔଷଧୀୟ ଗୁଣ ରହିଛି, ଯାହା ମାଂସପେଶୀକୁ ଆରାମ ମଧ୍ୟ ଦେଇଥାଏ।

୩. ପିଜୁଳି ପତ୍ରରେ ଆଣ୍ଟି-ଡାଇବେଟିସ୍‌ ଗୁଣ ଭରି ରହିଛି। ତେଣୁ ଡାଇବେଟିସ୍ ରୋଗୀଙ୍କୁ ଏହାର ଜୁସ୍ ପିଇବାକୁ କୁହାଯାଏ। ଡାଇବେଟିସ୍ ଜନିତ ଅନେକ ବିପଦରୁ ଏହା ରକ୍ଷା କରିଥାଏ।

୪. ପେଟ ଠିକ୍‌ ଭାବରେ ସଫା ନହେଲେ ପାଟିରେ ଘା’ ହେବା ପରି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଏପରି ଏପରି ସ୍ଥିତିରେ ଆପଣ ଦିନକୁ ଦୁଇଥର ପିଜୁଳି ପତ୍ର ଜୁସ୍ ପିଇପାରିବେ।

୫. ପିଜୁଳି ପତ୍ରରେ ପ୍ରଚୁର ମାତ୍ରାରେ ଫାଇବର୍‌ ଥିବାରୁ ପାଚନ କ୍ରିୟା ଠିକ୍ ରହିଥାଏ। ତେଣୁ ଏହାକୁ ପ୍ରତିଦିନ ପିଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।

୬ . ପିଜୁଳି ପତ୍ରରେ କାର୍ଡିଓ ପ୍ରୋଟେକ୍ଟିଭ୍‌ ଗୁଣ ମଧ୍ୟ ରହିଛି। ତେଣୁ ଏହା ହାର୍ଟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

ପିଜୁଳି ପତ୍ରକୁ ଆଉ କେମିତି ବ୍ୟବହାର କରିପାରିବେ?

ଶରୀରର କୌଣସି ସ୍ଥାନରେ କ୍ଷତ ହେଲେ ବା ଖଣ୍ଡିଆଖାବରା ହେଲେ ଏହାକୁ ଠିକ୍‌ କରିବାରେ ପିଜୁଳି ପତ୍ର ସାହାଯ୍ୟ କରିଥାଏ। କାରଣ ଏଥିରେ ଆଣ୍ଟି-ସେପଟିକ୍‌ ଗୁଣ ରହିଛି। ଏଥିପାଇଁ ଆପଣଙ୍କୁ କ୍ଷତ ସ୍ଥାନରେ ପିଜୁଳି ପତ୍ର ରସ ଲଗାଇବାକୁ ହେବ।

 



from Odisha Reporter https://ift.tt/37JIzdW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages