ପୁରୀ (ଓଡ଼ିଶା ରିପୋର୍ଟର): ଯେଉଁ ବୟସରେ ହାତରେ ବହିଖାତା ରହିବା କଥା, ସେହି ବୟସରେ ହାତରେ ଭିକ୍ଷା ଥାଳି ଧରି ପୁରୀ ବଡ଼ଦାଣ୍ଡରେ ବସିଛନ୍ତି କିଛି ପିଲା। ଅନ୍ୟ ଭିକାରୀଙ୍କ ସହିତ ଧାଡ଼ିରେ ବସି ଭିକ ମାଗୁଛନ୍ତି ଓ ନିଜ ସହିତ ପରିବାରର ପେଟ ପୋଷୁଛନ୍ତି। ପାଠ ପଢ଼ା ଅପେକ୍ଷା ଏବେ ସେମାନଙ୍କ ମୁଣ୍ଡରେ ପରିବାରର ପେଟ ଚିନ୍ତା ଅଧିକ ରହିଛି। ତେବେ ବଡ଼ଦାଣ୍ଡରେ ଏତାଦୃଶ୍ୟ ଦେଖି ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି ଓ ସରକାରଙ୍କ ବିଭିନ୍ନ ଯୋଜନା ଏମାନଙ୍କ ପାଖରେ ନପହଞ୍ଚି ପାରିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି କହିଛନ୍ତି।
ସଚେତନ ନାଗରିକ ମଞ୍ଚର ସଭାପତି ପ୍ରସନ୍ନ ଦାସ କହିଛନ୍ତି, “ପିଲାମାନେ ବଡ଼ ଦାଣ୍ଡରେ ବସି ଭିକ୍ଷା ବୃତ୍ତି କରିବା ରାଜ୍ୟ ସରକାରଙ୍କୁ ଉପହାସ କରିବା ଭଳି ମନେ ହେଉଛି। ଏହି ଛୋଟ ପିଲାମାନେ ପରିସ୍ଥିତିରେ ପଡ଼ି ଭିକ୍ଷା ବୃତ୍ତି କରୁଛନ୍ତି ନା କେଉଁ ଦଲାଲ ସେମାନଙ୍କୁ ଭିକ୍ଷା ବୃତ୍ତିରେ ଲଗାଇଛି- ତାହା ପ୍ରଥମେ ଜାଣିବାର ଆବଶ୍ୟକତା ରହିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ସେମାନଙ୍କୁ କାଉନ୍ସିଲିଂ କରିବା କଥା। ହେଲେ ଜିଲ୍ଲା ପ୍ରଶାସନ ସବୁ ଦେଖି ଚୁପ୍ ବସିଛି।”
ସମାଜିକ କର୍ମୀ ରମେଶ ପ୍ରସାଦ ସିଂହ କହିଛନ୍ତି, “ପୁରୀ ଏକ ସାଂସ୍କୃତିକ ସହର। ଏହି ସହରରେ ଛୋଟଛୋଟ ପିଲାମାନେ ଭିକ୍ଷାବୃତ୍ତି କରୁଥିବା ବେଳେ ପୁରୀ ପ୍ରଶାସନ ଚୁପ୍ ରହିଛି। ଏହା ସଂସ୍କୃତି ପ୍ରତି ଉପହାସ। ଏହା ପଛରେ ସ୍ୱତନ୍ତ୍ର ରାକେଟ କାମ କରୁଛି। ଛୋଟ ଛୋଟ ପିଲାମାନଙ୍କୁ ଆଣି ଏଠାରେ ଭିକ୍ଷା ବୃତ୍ତି କରାଯାଉଛି।”
from Odisha Reporter https://ift.tt/39WcWzu
No comments:
Post a Comment