ଟ୍ରାକ୍ଟର ଟ୍ରଲିରେ ପିଟି ହେଲା ବାଇକ୍‌; ୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 26, 2020

ଟ୍ରାକ୍ଟର ଟ୍ରଲିରେ ପିଟି ହେଲା ବାଇକ୍‌; ୨ ମୃତ

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଅଙ୍ଗୁରୁ ଗାଁ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ବୃନ୍ଦାବନ କରକରିଆ ଓ ସଞ୍ଜୟ କରକରିଆ। ଉଭୟଙ୍କ ଘର କଲ୍ୟାଣସିଂହପୁର ବ୍ଲକ୍‌ କୁର୍ଥେଲି ଗାଁରେ।

ଗତକାଲି ରାତି ପ୍ରାୟ ସାଢ଼େ ଏଗାରଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବୃନ୍ଦାବନ ଓ ସଞ୍ଜୟ ଏକ ବାଇକ୍‌ରେ ରାୟଗଡ଼ାରୁ ହୋଟେଲ କାମ ସାରି  ନିଜ ଗାଁକୁ  ଫେରୁଥିବା ବେଳେ ଅଙ୍ଗୁରୁ ନିକଟରେ ରାସ୍ତା ଉପରେ ଖରାପ ହୋଇ ପଡ଼ି ରହିଥିବା ଏକ ଟ୍ରାକ୍ଟର ଟ୍ରଲିରେ ପିଟି ହୋଇଥିଲେ। ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ଚାନ୍ଦିଲି ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2wOOP7n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages