ଅର୍ଦ୍ଧେନ୍ଦୁଙ୍କ ହାତ ଧରିଲେ ପଲ୍ଲବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 26, 2020

ଅର୍ଦ୍ଧେନ୍ଦୁଙ୍କ ହାତ ଧରିଲେ ପଲ୍ଲବୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାମେରା ସାମ୍ନାରେ ବହୁ ଥର ମିଛି ମିଛିକା ବର ସାଜିଥିବା ଓଲିଉଡ୍‌ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ ଗତକାଲି ସତସତିକା ବର ସାଜିଥିଲେ। ଆଉ ତାଙ୍କ କନିଆ ସାଜିଥିଲେ ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ। ଗତକାଲି ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ହାତରେ ମେହେନ୍ଦୀ, ମୁଣ୍ଡରେ ଗଜରା ଲଗାଇ କନିଆ ବେଶରେ ଖୁବ୍‌ ସୁନ୍ଦର ଲାଗୁଥିଲେ ପଲ୍ଲବୀ। ଆଉ ନାଚଗୀତ, ବାଜା ରୋଷଣୀରେ ବରଯାତ୍ରୀଙ୍କ ସହ ଧୂମଧାମରେ ଆସି ପହଞ୍ଚିଥିଲେ ଅର୍ଦ୍ଧେନ୍ଦୁ। ଏହାପରେ ବେଦୀରେ ମନ୍ତ୍ରପାଠ ଉଚ୍ଚାରଣ, ହୁଳୁହୁଳି, ଶଙ୍ଖ ଧ୍ୱନି ମଧ୍ୟରେ ପରସ୍ପରକୁ ସାତ ଜନ୍ମ ଲାଗି ଜୀବନସାଥୀ କରିନେଲେ ଏହି ଯୋଡ଼ି।

ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଗ୍ରାଉଣ୍ଡରେ ବେଶ୍‌ ଧୂମ୍‌ଧାମରେ ଗତକାଲି ଅନୁଷ୍ଠିତ ହୋଇଯାଇଛି ଏହି ହାଇ- ପ୍ରୋଫାଇଲ ବାହାଘର।  ଏହି ବିବାହ ଉତ୍ସବରେ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟଙ୍କ ସମେତ ବହୁ ସଚିବ ମଧ୍ୟ ଯୋଗ ଦେଇଥିଲେ। ସେହିଭଳି ରାଜନୀତି, ବ୍ୟବସାୟ, ଅଭିନୟ ଓ ଅନ୍ୟାନ୍ୟ କ୍ଷେତ୍ରର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଏହି ବଡ଼ ଘର ବାହାଘରରେ ଦେଖିବାକୁ ମିଳିଥିଲା।

ଆସନ୍ତାକାଲି ନୟାପଲ୍ଲୀ ଇଡ୍‌କଲ୍‌ ଗ୍ରାଉଣ୍ଡରେ ରିସେପ୍‌ସନ୍‌ ପାର୍ଟି ଆୟୋଜିତ ହେବ। ପଲ୍ଲବୀ ପେସାରେ ଜଣେ ଡାକ୍ତର। ଆଉ ଅର୍ଦ୍ଧେନ୍ଦୁ ଓଲିଉଡ୍‌ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା। ଗତ ଜାନୁଆରୀ ମାସରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା।

‘ବ୍ଲାକ୍‌ମେଲ୍‌’ ଓ ‘ଟପୋରୀ’ ଫିଲ୍ମରେ ଅର୍ଦ୍ଧେନ୍ଦୁଙ୍କୁ ଦର୍ଶକେ ଲିଡ୍‌ ରୋଲ୍‌ରେ ଦେଖିଥିଲେ। ‘ବ୍ଲାକ୍‌ମେଲ୍‌’ ଫିଲ୍ମରେ ଅଭିନେତ୍ରୀ ତମନ୍ନାଙ୍କ ସହ ‘ହାଏ ତୋ ପ୍ରେମର ରଙ୍ଗୋଲି’ଗୀତରେ ଜବରଦସ୍ତ ଡ୍ୟାନ୍ସ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ଅର୍ଦ୍ଧେନ୍ଦୁ। ଗୀତଟି ମଧ୍ୟ ବେଶ୍‌ ଲୋକପ୍ରିୟ ହୋଇଥିଲା। ନିକଟରେ ତାଙ୍କର ଆଉ ଏକ ଫିଲ୍ମ ‘ମୁଁ ପରଦେଶୀ ଚଢ଼େଇ’ ରିଲିଜ୍ ହୋଇଥିଲା।



from Odisha Reporter https://ift.tt/32xpXN6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages