ଗତବର୍ଷ ଓଡ଼ିଶାରେ ୧୨ ଲକ୍ଷ ଥର ବଜ୍ରପାତ ହୋଇଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 10, 2020

ଗତବର୍ଷ ଓଡ଼ିଶାରେ ୧୨ ଲକ୍ଷ ଥର ବଜ୍ରପାତ ହୋଇଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ରେ ଓଡ଼ିଶାରେ ସର୍ବାଧିକ ବଜ୍ରପାତ ହୋଇଛି। ଗତବର୍ଷ ରାଜ୍ୟରେ ପ୍ରାୟ ୧୨ଲକ୍ଷ ଥର ବଜ୍ରପାତ ହୋଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି। ଭୁବନେଶ୍ୱରରେ ନ୍ୟାଶନାଲ୍ ଡିଜାଷ୍ଟର ମିଟିଗେସନ୍ ଅଥରିଟି ପକ୍ଷରୁ ଆୟୋଜିତ ଦୁଇ ଦିନିଆ କର୍ମଶାଳାରେ ଯୋଗ ଦେଇ ସେ ଏ କଥା କହିଥିଲେ।

ଏହି କର୍ମଶାଳାରେ ବର୍ତ୍ତମାନ ସମୟରେ ବଜ୍ରପାତ ଅନ୍ୟତମ ବିପର୍ଯ୍ୟୟ ରୂପେ ମୁଣ୍ଡ ଟେକିଛି ବୋଲି ଆଲୋଚନା କରାଯାଇଥିଲା। ସେହିପରି ସହରାଞ୍ଚଳରେ ହେଉଥିବା କୃତ୍ରିମ ବନ୍ୟା, ସମୁଦ୍ର ପତ୍ତନ ବୃଦ୍ଧି ପ୍ରଭୃତିରୁ କିପରି ଧନଜୀବନ ରକ୍ଷା କରାଯାଇ ପାରିବ ସେ ନେଇ ବି ଆଲୋଚନା ହୋଇଥିଲା।  ଏଥିସହ ରାଜ୍ୟଗୁଡ଼ିକ ବିପର୍ଯ୍ୟୟ ପ୍ରଶମନ ପାଇଁ ପୂର୍ବରୁ କିଛି ଯୋଜନା କରୁ ନଥିବାରୁ ଏନ୍‌ଡିଏମ୍ଏ ସଦସ୍ୟ ସଚିବ ଉଦ୍‌ବେଗ ପ୍ରକାଶ କରିଥିଲେ। ତେଣୁ ରାଜ୍ୟଗୁଡ଼ିକ ତ୍ୱରିତ ଭାବେ ପ୍ରସ୍ତୁତ ହୋଇ ରହିବା ପାଇଁ ଏନ୍‌ଡିଏମ୍ ପରାମର୍ଶ ଦେଇଛି। ସେହିପରି ବର୍ତ୍ତମାନ ନିର୍ମାଣକୁ ସୁଦୃଢ଼ କଲେ ଆଗାମୀ ଦିନରେ ଏହା ବିପର୍ଯ୍ୟୟ ସମୟରେ କ୍ଷୟକ୍ଷତିକୁ କମ୍ କରିପାରିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ମତବ୍ୟକ୍ତ କରିଥିଲେ।

ଏହି କର୍ମଶାଳାରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଅଧିକାରୀମାନେ ଯୋଗ ଦେଇଥିଲେ। ଏଥିରେ ଓସଡମାର ପୂର୍ବତନ ଏମ୍‌ଡି ଅରବିନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।



from Odisha Reporter https://ift.tt/2SegC9I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages