ପୁଣି ୧୦୩ ଜଣଙ୍କ ମୁଣ୍ଡ ନେଲା କରୋନା, ଚିନ୍ତା ପ୍ରକଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 10, 2020

ପୁଣି ୧୦୩ ଜଣଙ୍କ ମୁଣ୍ଡ ନେଲା କରୋନା, ଚିନ୍ତା ପ୍ରକଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ବେଜିଂ: ହୁହୁ ହୋଇ ବଢ଼ିବାରେ ଲାଗିଛି କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା। ଏହି ପ୍ରାଣଘାତୀ ଭାଇରସରେ ମୃତ୍ୟୁସଂଖ୍ୟା ହଜାରେ ଡେଇଁଛି। ମୃତ୍ୟୁସଂଖ୍ୟା ହଜାରେ ଡେଇଁବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏନେଇ ଚିନ୍ତା ପ୍ରକଟ କରିଛି। ଯଦି ବଶ୍ୱର ଅନ୍ୟ କୌଣସି ରାଷ୍ଟ୍ରରେ ଏହି ଭାଇରସ ଆତଙ୍କ ଖେଳାଏ, ତା’ହେଲେ ସାରା ବିଶ୍ୱ ପାଇଁ ଏହାକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡ଼ିବ ବୋଲି ସଂଗଠନ ଆଶଙ୍କା କରିଛି।

ଚାଇନାର ହୁବେଇ ପ୍ରଦେଶରେ ସୃଷ୍ଟି ହୋଇଥିବା କରୋନା ଭାଇରସ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦୩ ଜଣଙ୍କ ମୁଣ୍ଡ ନେଇଛି। ପ୍ରଥମଥର ପାଇଁ କରୋନା ୧୦୦ରୁ ଅଧିକ ଜୀବନ ନେଇଛି। ଏହାପୂର୍ବରୁ ରବିବାର ସର୍ବାଧିକ ୯୧ ଜଣଙ୍କ ଜୀବନ ଯାଇଥିଲା। ତେବେ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବଦିନ ଅପେକ୍ଷା ହ୍ରାସ ପାଇଛି।

୨୪ ଘଣ୍ଟା ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୨,୦୯୭ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ୨,୬୧୮ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପ୍ରଥମଥର ପାଇଁ ଯେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି ତା’ ନୁହେଁ। ଫେବୃଆରୀ ୭ରେ ହୁବେଇରେ ୨,୮୪୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏହାର ପରଦିନ ୨,୧୪୬ ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଥିଲେ। ଏଯାଏ ମୋଟ ୪୨, ୮୦୦ ଜଣ ଲୋକ ଚାଇନାରେ ଭାଇରସ କବଳରେ ରହିଛନ୍ତି।

ସେହିପରି ଚାଇନା ବାହାରର ୨୪ଟି ଦେଶରେ କରୋନା ଦ୍ୱାରା ୩୧୯ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଜାପାନର ୟୋକୋହାମ ବନ୍ଦରରେ ଥିବା ଜାହାଜରେ ମଧ୍ୟ କରୋନା ଭାଇରସ ବ୍ୟାପିବା ଆରମ୍ଭ କରିଛି। ଏହି ଜାହାଜରେ ୧୬୦ ଭାରତୀୟଙ୍କ ସମେତ ୩୭୦୦ ଲୋକ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୧୩୫ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇସାରିଲେଣି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ବୈଜ୍ଞାନିକମାନେ କରୋନା ଭାଇରସର ମୁକାବିଲା ପାଇଁ ଔଷଧ ବାହାର କରିବାକୁ ଚେଷ୍ଟା କରୁଥିଲେ ହେଁ ଏହା ଏଯାଏ ସଫଳ ହୋଇନାହିଁ। ତଥାପି ବିଶ୍ୱର ୧୬୮ଟି ଲ୍ୟାବରେ ଏହାର ପରୀକ୍ଷା ନୀରିକ୍ଷା ଚାଲିଛି। ଆମର ଆଶା ଆମେ ଏଥିରେ ଖୁବଶୀଘ୍ର ସଫଳତା ପାଇବୁ।

କରୋନା ଭାଇରସ ଯୋଗୁ ବ୍ୟବସାୟିକ କ୍ଷେତ୍ର ମଧ୍ୟ ପ୍ରଭାବିତକ ହୋଇଛି। ଚାଇନରେ ସ୍ଥିତି ବିଗୁଡ଼ିଥିବାରୁ ଏକାଧିକ ସହରରେ କଟକଣା ଲାଗୁ କରାଯାଇଛି। ଏଠାରେ ଯାତାୟାତ ବନ୍ଦ ଥିବାରୁ ସେଗୁଡ଼ିକ ଭୂତ ସହରରେ ପରିଣତ ହେଲାଣି। ହୁବେଇ ଓ ଏହାର ଆଖପାଖ ଅଞ୍ଚଳରେ ଦୋକାନ ବଜାର ଠାରୁ ଆରମ୍ଭ କରି ସ୍କୁଲ ବନ୍ଦ ରହିଛି। ଲୋକମାନେ ଅତି ଦରକାର ଥିଲେ ଘରୁ ବାହାରୁଛନ୍ତି। ଏକାଧିକ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଘରେ ବସି କାମ କରିବାକୁ କହିଛନ୍ତି। କଟକଣା ଯୋଗୁ ଲୋକମାନେ ହସ୍ପିଟାଲ ମଧ୍ୟ ଯାଇପାରୁ ନାହାନ୍ତି। ଫଳରେ ଅନେକ ପ୍ରକାରର ସମସ୍ୟା ବର୍ତ୍ତମାନ ଆରମ୍ଭ ହେବାରେ ଲାଗିଛି।



from Odisha Reporter https://ift.tt/3bvqgvY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages