ମହିଳା ଫରେଷ୍ଟ ଗାର୍ଡଙ୍କ ଦବଙ୍ଗଗିରି; ଗର୍ଭବତୀ ମହିଳାଙ୍କୁ ପିଟିଲେ, ୨୦ ଥର ଉଠବସ କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 21, 2020

ମହିଳା ଫରେଷ୍ଟ ଗାର୍ଡଙ୍କ ଦବଙ୍ଗଗିରି; ଗର୍ଭବତୀ ମହିଳାଙ୍କୁ ପିଟିଲେ, ୨୦ ଥର ଉଠବସ କଲେ

କରଞ୍ଜିଆ (ଓଡ଼ିଶା ରିପୋର୍ଟର): କାଠ ଚୋରି କରିଥିବା ସନ୍ଦେହରେ ଜଣେ ଗର୍ଭବତୀ ମହିଳାଙ୍କୁ କରଞ୍ଜି‌ଆ ଦୁଧିଆଣି ରେଞ୍ଜର ମହିଳା ଫରେଷ୍ଟ ଗାର୍ଡ କବିତା ବେହେରା ମାଡ଼ ମାରିବା ସହିତ ଉଠବସ କରିଥିବା ଅଭିଯୋଗ ହୋଇଛି। ଉକ୍ତ ମହିଳାଙ୍କ ପରିବାର ଲୋକେ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଫରେଷ୍ଟ ଗାର୍ଡ କବିତା ବେହେରାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନା ଅନୁଯାୟୀ, ବାରାହାପାଣପୋଷି ଗାଁରେ ରହୁଥିବା ସୁକୁମତି ଗୟାଙ୍କ ବାପ ଘର ଲୋକେ କାଠ ଚୋରି କରି ରଖିଥିବା ଫରେଷ୍ଟ ଗାର୍ଡ କବିତା ବେହେରା କୌଣସି ସୂତ୍ରରୁ ଖବର ପାଇଥିଲେ। ଏନେଇ ଗତକାଲି ସନ୍ଧ୍ୟାରେ ସେ ସୁକୁମତିଙ୍କ ଘରେ ଚଢ଼ଉ କରିଥିଲେ। ହେଲେ ତାଙ୍କ ଘରୁ କାଠ ପାଇ ନଥିଲେ। ଏହାପରେ କବିତା ବେହେରା ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲେ। ଘରେ କିଛି ଚୋରା କାଠ ନାହିଁ ବୋଲି ସୁକୁମତିଙ୍କ ଜେଜେ ମା’ ଦ୍ରୌପଦୀ ପୂର୍ତ୍ତି କହିଥିଲେ। ଏହା ଶୁଣି କବିତା ବେହେରା ରାଗି ଯାଇଥିଲେ। ସେ ସୁକୁମତିଙ୍କ ସମେତ ତାଙ୍କ ଜେଜେ ମା’ ଓ ଅନ୍ୟ ଭାଇଭଉଣୀଙ୍କୁ ମାଡ଼ ମାରିଥିଲେ। ଏହାପରେ ସୁକୁମତି ଓ ତାଙ୍କ ଭାଇଙ୍କୁ ତାଙ୍କ ଅଫିସ୍‌କୁ ନେଇ ଯାଇଥିଲେ ଓ ସେଠାରେ ସେମାନଙ୍କୁ ୨୦ ଥର ଉଠବସ କରାଇ ଛାଡ଼ି ଦେଇଥିଲେ।

ଫରେଷ୍ଟର ଗାର୍ଡଙ୍କ ମାଡ଼ରେ ସୁକୁମତିଙ୍କ ହାତ ଭାଙ୍ଗି ଯିବା ସହ ଓ ତାଙ୍କ ପେଟରେ ଯନ୍ତ୍ରଣା ହେଉଥିବା ଅଭିଯୋଗ ହୋଇଛି। ବିନା ଦୋଷରେ ମାଡ଼ ମାରିଥିବାରୁ ଫରେଷ୍ଟ ଗାର୍ଡ କବିତା ବେହେରାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି।

ଏହି ଘଟଣାକୁ ନେଇ ଦୁଧିଆଣିରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଗ୍ରାମବାସୀ ଦୁଧିଆଣି ରେଞ୍ଜର ଅଫିସରେ ତାଲା ପକାଇ ଦେଇଛନ୍ତି। ମହିଳା ଫରେଷ୍ଟ ଗାର୍ଡଙ୍କୁ ଗିରଫ କରିବା ସହ ତାଙ୍କୁ ଅନ୍ୟତ୍ର ବଦଳି କରିବା ଦାବିରେ ଗ୍ରାମବାସୀ କରଞ୍ଜିଆ-ବାରିପଦା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଏହାସହ ସୁକୁମତିଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। 



from Odisha Reporter https://ift.tt/32luZMU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages