ସୋନଭଦ୍ରାରେ ମିଳିଲା ସୁନାର ଭଣ୍ଡାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 21, 2020

ସୋନଭଦ୍ରାରେ ମିଳିଲା ସୁନାର ଭଣ୍ଡାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସୁନାର ଭଣ୍ଡାର ମିଳିଥିବା ଦେଖିବାକୁ ମିଳିଛି। ସୋନଭଦ୍ରାରେ ଥିବା ଏକ ପାହାଡରେ ୩ ହଜାର ଟନ ସୁନାର ଭଣ୍ଡାର ମିଳିଛି। ଏବେ ଏହି ସୁନା ଭଣ୍ଡାରର ନିଲାମୀ ହେବେ ବୋଲି ଜଣାପଡ଼ିଛି। ଏଥିପାଇଁ ସରକାରୀ ଭାବରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ସରକାର ୭ ଜଣିଆ ଟିମ୍ ଗଠନ କରିଛନ୍ତି।

୨୦୦୫ରେ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଜିଏସଆଇ)ର ଏକ ଟିମ୍ ସୋନଭଦ୍ରାରେ ସୁନା ଖିବା ନେଇ ଗବେଷଣା କରୁଥିଲା। ଏହାପରେ ୨୦୧୨ରେ ଏ ନେଇ ସ୍ପଷ୍ଟ କରାଯାଇଥିଲା। ଏବେ ରାଜ୍ୟ ସରକାର ସୁନା ବ୍ଲକ ଆବଣ୍ଟନ ପାଇଁ ନିଷ୍ପତ୍ତି ନେଇଛନ୍ତି। ସୁନା ବ୍ୟତୀତ ଏହି ପାହାଡରେ ଅନେକ ମାତ୍ରାରେ ଲୁହାପଥର ସହିତ ଅନ୍ୟାନ୍ୟ ଖଣିଜ ପଦାର୍ଥ ମଧ୍ୟ ରହିଥିବା ନେଇ ସୂଚନା ମିଳିଛି।

ସୋନଭଦ୍ରାର କୋନ ଥାନାରେ ଥିବା ହରଦୀ ଗାଁ, ଦୁଦ୍ଧି ତହସିଲରେ ଥିବା ମହୁଲି ଗାଁରେ ପାହାଡ ଭିତରେ ସୁନା ଭର୍ତ୍ତି ହୋଇ ରହିଛି ବୋଲି ଜଣାପଡ଼ିଛି। ହରଦି ଅଞ୍ଚଳରୁ ୬୪୬.୧୫ କିଲୋଗ୍ରାମ ସୁନାର ଭଣ୍ଡାର ରହିଥିବା ବେଳେ ସୋନ ପହାଡିରେ ୨୯୪୩.୨୫ ଟନ ସୁନାର ଭଣ୍ଡାର ରହିଥିବା ନେଇ ସୂଚନା ରହିଛି। ଏହି ସମସ୍ତ ସୁନାର ମୂଲ୍ୟ ୧୨ ଲକ୍ଷ କୋଟି ଟଙ୍କା ବୋଲି ଜଣାପଡ଼ିଛି।

ସର୍ଭେରେ ସାମିଲ୍ ଥିବା ସଦସ୍ୟଙ୍କ ସୂଚନା ଅନୁଯାୟୀ, ସୋନଭଦ୍ରାରେ ପ୍ରଥମେ ୧୯୮୦ ପରେ ୧୯୯୦-୯୨ ମଧ୍ୟରେ ସୁନା ଥିବା ନେଇ ଗବେଷଣା କରାଯାଇଥିଲା। ଏହାପରେ ୨୦୦୫ରେ ତୃତୀୟ ଥର ଏବଂ ୨୦୧୨ରେ ଚତୁର୍ଥ ଥର ସୁନା ଥିବା ନେଇ ଗବେଷଣା ହୋଇଥିଲା।



from Odisha Reporter https://ift.tt/32fE6P5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages