ନାଗରିକତା ଲଢ଼େଇରେ ସର୍ବସ୍ୱାନ୍ତ, ବଂଚିବାକୁ ଖୋଜୁଛନ୍ତି ରାହା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 18, 2020

ନାଗରିକତା ଲଢ଼େଇରେ ସର୍ବସ୍ୱାନ୍ତ, ବଂଚିବାକୁ ଖୋଜୁଛନ୍ତି ରାହା

ଗୌହାଟି: ଆସାମର ଜଣେ ୫୦ ବର୍ଷୀୟ ମହିଳା ଭାରତୀୟ ବୋଲି ପ୍ରମାଣ ଦେବାରେ ବିଫଳ ହୋଇଛନ୍ତି। ନିଜକୁ ଭାରତୀୟ ବୋଲି ପ୍ରମାଣିତ କରିବା ପାଇଁ ୧୫ ପ୍ରକାର ଦସ୍ତାବିଜ ଦାଖଲ କରିଥିଲେ ମଧ୍ୟ ଆଇନର ଦ୍ୱାରରେ ସେ ନିରାଶ ହୋଇଛନ୍ତି। ବିଦେଶୀ ଟ୍ରିବ୍ୟୁନାଲ, ହାଇକୋର୍ଟରୁ ନିରାଶ ହେବା ପରେ ଏବେ ସୁପ୍ରିମକୋର୍ଟରେ ମହିଳା ଜଣଙ୍କ ଗୁହାରି କରିବା ଭଳି ସ୍ଥିତିରେ ନଥିବା ଜଣାପଡ଼ିଛି। କାରଣ ମହିଳା ଜଣଙ୍କ ହେଉଛନ୍ତି ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ସ୍ୱାମୀ ରୋଗଗ୍ରସ୍ତ ଥିବାରୁ ଶଯ୍ୟାଶାୟୀ ରହିଛନ୍ତି। ଅନ୍ୟପଟେ ପଞ୍ଚମ ଶ୍ରେଣୀରେ ତାଙ୍କର ଝିଅ ପଢ଼ୁଛି। ବିଦେଶୀ ବୋଲି ଘୋଷିତ ହୋଇଥିବାରୁ ପ୍ରତି ମୁହୂର୍ତ୍ତରେ ଦେଶରୁ ବାହାର କରି ଦିଆଯିବାର ଭୟ ଏବେ ସେମାନଙ୍କୁ ଘାରିଛି।

ଆସାମରେ ରହୁଥିବା ଏହି ମହିଳାଙ୍କ ନାମ ଜାଭେଦ ବେଗମ। ୨୦୧୮ରେ ଏନଆରସି ତାଲିକାରୁ ବାଦ୍ ପଡ଼ିଛନ୍ତି। ଏହାପରେ ନିଜକୁ ଭାରତୀୟ ବୋଲି ପ୍ରମାଣିତ କରିବା ପାଇଁ ବ୍ୟାଙ୍କ ଆକାଉଣ୍ଟ, ପାନ କାର୍ଡ ଭଳି ୧୫ ପ୍ରକାର ଦସ୍ତାବିଜ ଦେଇଛନ୍ତି। ଯେଉଁଥିରେ ଜାଭେଦ ବେଗମ ଟ୍ରିବ୍ୟୁନାଲ ଆଗରେ ତାଙ୍କ ବାପା ଜାଭେଦ ଅଲ୍ଲୀ ୧୯୬୬, ୧୯୭୦ ଏବଂ ୧୯୭୧ ନିର୍ବାଚନ ବେଳେ ଭୋଟ ଦେଇଥିବାର ପ୍ରମାଣ ମଧ୍ୟ ଦେଇଥିଲେ। ହେଲେ ନିଜ ବାପାଙ୍କ ସହିତ ମା’ଙ୍କ ସମ୍ପର୍କକୁ ନେଇ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ ବୋଲି ଟ୍ରିବ୍ୟୁନାଲ କହିଥିଲେ। ଏହାପରେ ଟ୍ରିବ୍ୟୁନାଲ ଦ୍ୱାରା ଜାଭେଦ ବିଦେଶୀ ବୋଲି ଘୋଷିତ ହୋଇଛନ୍ତି। ଟ୍ରିବ୍ୟୁନାଲଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଗୌହାଟି ହାଇକୋର୍ଟରେ ମଧ୍ୟ ସେ ଦ୍ୱାରସ୍ଥ ହୋଇଥିଲେ। ହେଲେ ସେଠାରୁ ମଧ୍ୟ ସେ ନିରାଶ ହୋଇଛନ୍ତି। ଜାଭେଦ ଗୌହାଟିରୁ ୧୦୦ କିଲୋମିଟର ଦୂରରେ ଥିବା ବକ୍ସା ଜିଲ୍ଲାରେ ରହୁଛନ୍ତି। ତାଙ୍କ ସ୍ୱାମୀ ରଜାକ ଅଲ୍ଲୀ ଲମ୍ୱେ ଦୀର୍ଘ ଦିନ ହେବ ରୋଗଗ୍ରସ୍ତ ରହିଛନ୍ତି। ଦମ୍ପତ୍ତିଙ୍କର ତିନି ଝିଅ ରହିଛନ୍ତି। ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ନିଖୋଜ ହୋଇଯାଇଛି। ସାନ ଝିଅ ଅସ୍ମିନା ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଛି।

ଜାଭେଦ ଏବେ ସାନ ଝିଅ ପାଇଁ ବେଶି ଚିନ୍ତିତ। କାରଣ ସେ ରୋଜଗାର କରିଥିବା ଅର୍ଥ ସବୁ ନାଗରିକତାର ପ୍ରମାଣ ଦେବାକୁ ଯାଇ ହରାଇଛନ୍ତି। ଆଇନଗତ ଲଢ଼େଇ କରି କରି ସେ ନିଜ ଉପରୁ ଆତ୍ମବିଶ୍ୱାସ ହରାଇଥିବା ବେଳେ ତାଙ୍କ ସାନ ଝିଅର ଭବିଷ୍ୟତ କ’ଣ ହେବ ସେ ନେଇ ଏହି ୫୦ ବର୍ଷୀୟ ମହିଳା ଚିନ୍ତିତ।

ତାଙ୍କ ସ୍ୱାମୀ କହିଛନ୍ତି, ‘ଏନଆରସି ତାଲିକା ପ୍ରକାଶ ପାଇବା ପରେ କାମ ମିଳୁନି। ପାଖରେ ସମ୍ୱଳ ନାହିଁ। ସମସ୍ତ ପଇସା ଆଇନଗତ ଲଢ଼େଇରେ ଖର୍ଚ୍ଚ ହୋଇଯାଇଛି। ଏବେ ତାଙ୍କର ମୃତ୍ୟୁ ପାଖେଇ ଆସୁଛି’। ଜାଭେଦ ଯେଉଁ ଗାଁରେ ରହୁଛନ୍ତି ସେଠିକାର ଗ୍ରାମବାସୀ ଜାଭେଦଙ୍କୁ ଆସାମର ବାସିନ୍ଦା ବୋଲି କୋର୍ଟରେ ପକ୍ଷ ରଖି କହିଥିଲେ। ହେଲେ ଏହାପରେ ବି ତାଙ୍କୁ ବିଦେଶୀ ବୋଲି ଘୋଷିତ କରାଯାଇଛି ବୋଲି ଗ୍ରାମବାସୀ କହିଛନ୍ତି।



from Odisha Reporter https://ift.tt/37Elola

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages