ଅଧିକ ଖଜୁରୀ ଖାଉଛନ୍ତି କି ? ରୁହନ୍ତୁ ସାବଧାନ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 18, 2020

ଅଧିକ ଖଜୁରୀ ଖାଉଛନ୍ତି କି ? ରୁହନ୍ତୁ ସାବଧାନ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖଜୁରୀ ଖାଇଲେ ଶରୀରକୁ ଅନେକ ଲାଭ ମିଳିଥାଏ। ଏଥିରେ ଥିବା ଫାଇବର୍‌ ଓ ପୋଷକତତ୍ତ୍ୱ ହାଡ଼କୁ ଦୃଢ଼ କରିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଖଜୁରୀ ଅଧିକ ଖାଇଲେ ପେଟରେ ସମସ୍ୟା ଦେଖା ଦେଇଥାଏ। ବିଶେଷ କରି ଛୋଟ ଛୁଆଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡ଼ିଥାଏ।

ଯଦି ଆପଣ ଦିନକୁ ୫ଟିରୁ ଅଧିକ ଖଜୁରୀ ଖାଉଛନ୍ତି, ତା’ହେଲେ ସ୍ୱାସ୍ଥ୍ୟକୁ କେଉଁସବୁ କ୍ଷତି ପହଞ୍ଚିଥାଏ, ଆସନ୍ତୁ ଜାଣିବା।

୧. ଖଜୁରୀରେ ଫାଇବର୍‌ ଓ କ୍ୟାଲୋରୀ ମାତ୍ରା ଅଧିକ ଥିବାରୁ ଏହା ଓଜନ ବୃଦ୍ଧି କରିଥାଏ। ସେଥିପାଇଁ ଯେଉଁମାନେ ଓଜନଜନିତ ସମସ୍ୟା ଭୋଗୁଛନ୍ତି, ସେମାନେ ଖଜୁରୀ କମ୍‌ ଖାଆନ୍ତୁ।

୨. ଯଦି ଅର୍ଗାନିକ ଖଜୁରୀ ପରିବର୍ତ୍ତେ ସଂରକ୍ଷଣ କରି ରଖାଯାଉଥିବା ଖଜୁରୀ ଖାଉଛନ୍ତି, ତା’ହେଲେ ଏଥିରେ ଥିବା ସଲ୍‌ଫାଇଡ୍‌ ଯୋଗୁଁ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚିଥାଏ। ସଲ୍‌ଫାଇଡ୍‌ ତ୍ୱଚା ପାଇଁ ଖରାପ ହୋଇଥାଏ। ତେଣୁ ଅଧିକ ଖଜୁରୀ ଖାଇବା ଦ୍ୱାରା ତ୍ୱଚା କୁଣ୍ଡାଇ ହେବା ସହିତ ଲାଲ୍‌ ପଡ଼ିଯାଏ।

୩. ଖଜୁରୀ ହଜମ ହେବାକୁ ଅଧିକ ସମୟ ନିଏ। ଛୋଟ ଛୁଆ ଏହାକୁ ଭଲ ଭାବେ ଚୋବାଇ ଖାଇ ଜାଣନ୍ତି ନାହିଁ। ତେଣୁ ଏହାକୁ ସେମାନେ ସହଜରେ ହଜମ କରି ପାରନ୍ତି ନାହିଁ। ଫଳରେ ପେଟ କାଟିବା ପରି ସମସ୍ୟା ଦେଖାଦିଏ। ଛୋଟ ଛୁଆଙ୍କୁ କମ୍‌ ଖଜୁରୀ ଖାଇବାକୁ ଦେଲେ ଭଲ।

୪. ଅଧିକ ମାତ୍ରାରେ ଖଜୁରୀ ଖାଇଲେ ଆଲର୍ଜି ହେଉଥିବାରୁ ଶ୍ୱାସ ରୋଗ ହେବାର ଆଶଙ୍କା ରହିଥାଏ। ତେଣୁ ଶ୍ୱାସ ରୋଗୀ ମଧ୍ୟ ମାତ୍ରାଧିକ ଖଜୁରୀ ଖାଇବାଠାରୁ ଦୂରେଇ ରୁହନ୍ତୁ।



from Odisha Reporter https://ift.tt/2HEbV2W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages