ମୁମ୍ବାଇ: ଫିଲ୍ମ ନିର୍ମାତା ଅଲୀ ଅବ୍ବାସ ଜାଫର୍ ଏକ ନୂଆ ପ୍ରୋଜେକ୍ଟ ଯୋଜନା କରିଛନ୍ତି। ୧୯୮୭ରେ ସୁପର ହିଟ୍ ହୋଇଥିବା ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ର ରିମେକ୍ କରିବାକୁ ସେ ଚାହୁଁଛନ୍ତି। ଏଥିରେ ସେ ମୁଖ୍ୟ ଭୂମିକାରେ ଶାହାରୁଖ୍ ଖାନ୍ ଓ ରଣବୀର ସିଂହଙ୍କୁ ନେବାକୁ ଚାହୁଁଛନ୍ତି। ଚର୍ଚ୍ଚା ହେଉଛି, ସେ ଫିଲ୍ମରେ ଅନୀଲ କପୁରଙ୍କ ରୋଲ୍ ପାଇଁ ରଣବୀରଙ୍କୁ ଅଫର୍ ଦେଇଥିବାବେଳେ ମୋଗାମ୍ବୋ ଚରିତ୍ର ପାଇଁ ଶାହରୁଖଙ୍କୁ ଅଫର୍ ଦେଇଛନ୍ତି।
ସୂଚନା ଅନୁଯାୟୀ, ଶାହାରୁଖ ଏ ପର୍ଯ୍ୟନ୍ତ ଏହି ରୋଲ୍ ପାଇଁ ହଁ କହି ନାହାନ୍ତି। କିନ୍ତୁ ଅନୀଲ କପୁରଙ୍କ ରୋଲରେ ଅଭିନୟ କରିବା ପାଇଁ ରଣବୀର ହିଁ ମାରି ସାରିଛନ୍ତି। ତାଙ୍କୁ ଏହି ରୋଲ୍ ବହୁତ ପସନ୍ଦ ଆସିଛି। ନିର୍ମାତା ଚଳିତ ବର୍ଷ ଫିଲ୍ମଟିକୁ ରିଲିଜ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ସୂଚନାଯୋଗ୍ୟ, ୨୦୧୮ ଡିସେମ୍ବରରେ ଶାହାରୁଖଙ୍କ ଶେଷ ଥର ପାଇଁ ଫିଲ୍ମ ‘ଜିରୋ’ରେ ଦେଖିବାକୁ ପାଇଥିଲେ ଦର୍ଶକ। ଯଦିଓ ୟା ଭିତରେ ଅନେକ ଫିଲ୍ମରେ ସେ କାମ କରିବେ ବୋଲି ସୂଚନା ଆସିଛି, ତେବେ ସେ ସବୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ଅନ୍ୟପକ୍ଷରେ ଆସନ୍ତା ଏପ୍ରିଲ୍ ମାସରେ ରଣବୀରଙ୍କ ଫିଲ୍ମ ‘୮୩’ ରିଲିଜ୍ ହେବାକୁ ଯାଉଛି। ଏଥିରେ ତାଙ୍କ ସହିତ ତାଙ୍କ ପତ୍ନୀ ଦୀପିକା ପାଦୁକୋନ୍ ବି ନଜର ଆସିବେ। ଫିଲ୍ମଟି ୧୯୮୩ ମସିହା କ୍ରିକେଟ ବିଶ୍ୱକପ୍ ଉପରେ ଆଧାରିତ, ଯେଉଁଥିରେ ଭାରତ ବିଜୟୀ ହୋଇଥିଲା। ଏଥିରେ ରଣବୀର ପୂର୍ବତନ କ୍ୟାପ୍ଟେନ୍ ତଥା ମହାନ ଖେଳାଳି କପିଲ୍ ଦେବଙ୍କ ଭୂମିକାରେ ଅଭିନୟ କରିଛନ୍ତି।
from Odisha Reporter https://ift.tt/2ub4zRi
No comments:
Post a Comment