ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ନାଁ ପାକିଲି ଘଡ଼େଇ।
ସୂଚନାଅନୁସାରେ, ଗତକାଲି ତିହିଡି ବ୍ଲକ ତାଳପଦା ଗାଁର ପ୍ରଶାନ୍ତ ନାୟକ ଓ ତାଙ୍କ ସ୍ତ୍ରୀ ପାକିଲି ଘଡେଇଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ପାକିଲି ଉକୁଣୀ ମରା ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ସେଠାରେ ପାକିଲିଙ୍କ ମୃତ୍ୟୁ ହୋଇଥିଲା।
ଦାୟିତ୍ୱରେ ଥିବା ଡାକ୍ତର ସଠିକ୍ ରୂପେ ଚିକିତ୍ସା କରି ନଥିବା ମୃତା ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏମିତିକି ଦାୟିତ୍ୱରେ ଥିବା ନର୍ସ ସେମାନଙ୍କୁ ୨୫୦ ଟଙ୍କା ଲାଞ୍ଚ ମାଗିବାରୁ ସେମାନେ ନର୍ସଙ୍କୁ ଏହି ଟଙ୍କା ଦେଇଥିଲେ। ଏହା ପରେ ସେ ମଧ୍ୟ ସଠିକ ଭାଵରେ ଚିକିତ୍ସା କରି ନଥିଲେ। ଡାକ୍ତର ଓ ନର୍ସଙ୍କ ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ଲୋକେ ଭଦ୍ରକ ଟାଉନ୍ ଥାନାରେ ଏତଲା ଦେଇଛନ୍ତି।
from Odisha Reporter https://ift.tt/2Hyj0BT
No comments:
Post a Comment