ବିରାଟଙ୍କ ବିବାହକୁ ନେଇ ଖୁସି ନାହାନ୍ତି ତମନ୍ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 27, 2020

ବିରାଟଙ୍କ ବିବାହକୁ ନେଇ ଖୁସି ନାହାନ୍ତି ତମନ୍ନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିଙ୍ଗଲ୍‌ ଥିବା ବେଳେ ବିରାଟଙ୍କ ନାଁ ସହିତ କିଛି ବଲିଉଡ୍ ଅଭିନେତ୍ରୀଙ୍କ ନାଁ ଯୋଡ଼ା ଯାଇଥିଲା। ଆଉ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦକ୍ଷିଣୀ ସୁପର୍‌ଷ୍ଟାର ତମନ୍ନା ଭାଟିଆ। ସେ ବଲିଉଡ୍‌ରେ ବି କିଛି ଫିଲ୍ମ କରିଛନ୍ତି। ତେବେ ବିରାଟଙ୍କ ବିବାହ ପରଠୁ ଆଉ ଜଣେ ତମନ୍ନା ଦୁଃଖରେ ଅଛନ୍ତି। ଜାଣିପାରିଲେ, ଏ ତମନ୍ନା କିଏ ? ଇଏ ହେଉଛନ୍ତି ଓଲିଉଡ୍ ଅଭିନେତ୍ରୀ ତମନ୍ନା ବ୍ୟାସ।

ବିରାଟ କୋହଲି ହେଉଛନ୍ତି ତମନ୍ନାଙ୍କ କ୍ରସ୍‌। ବିରାଟଙ୍କ ଲୁକ୍‌, ଫିଜିକ୍‌ ଏବଂ ଷ୍ଟାଇଲ୍‌ ତାଙ୍କୁ ବହୁତ ଭଲ ଲାଗେ। ଜଣେ ସଫଳ କ୍ରିକେଟର ଭାବେ ମଧ୍ୟ ସେ ବିରାଟଙ୍କୁ ବହୁତ ସମ୍ମାନ କରନ୍ତି। ଆଉ ଏସବୁ ଭିତରେ ବିରାଟଙ୍କ ପାଇଁ ତାଙ୍କ ମନରେ ଟିକେ ଦୁର୍ବଳତା ରହିଛି। ତେଣୁ ବିରାଟଙ୍କ ବାହାଘର ପରଠୁ ସେ ଦୁଃଖୀ ହୋଇଯାଇଛନ୍ତି।

କେବଳ ବିରାଟ ନୁହନ୍ତି, ବଲିଉଡ୍‌ ଅଭିନେତା ରଣବୀର ସିଂହ ମଧ୍ୟ ତମନ୍ନାଙ୍କର କ୍ରସ୍‌। ସେ ମଧ୍ୟ ଦୀପିକା ପାଦୁକୋନ୍‌କୁ ବାହା ହୋଇଗଲେ। ଏଣୁ ଯେଉଁମାନଙ୍କୁ ସେ ଭଲ ପାଉଛନ୍ତି ସେମାନେ ବାହା ହୋଇଯାଉଛନ୍ତି ବୋଲି ତମନ୍ନା କହିଛନ୍ତି। ‘ତରଙ୍ଗ’ରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ‘ଆମ ରାଜା ବାବୁ ଘର ଖାନା’ର ଏକ ଏପିସୋଡ୍‌ରେ ଯୋଗଦେବା ଅବସରରେ ସେ ଏ କଥା କହିଥିଲେ।

ତମନ୍ନାଙ୍କର ବଲିଉଡ୍‌ରେ କାମ କରିବାର ବହୁତ ଇଚ୍ଛା ଅଛି। ଯଦି କେବେ ସୁଯୋଗ ମିଳେ, ତା’ହେଲେ ସେ ରଣବୀର ସିଂହଙ୍କ ସହ ଫିଲ୍ମ କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ତମନ୍ନାଙ୍କର ଏକ ୱେବ୍‌ ସିରିଜ୍‌ ଷ୍ଟ୍ରିମିଂ କରିଛି, ଯାହାର ନାଁ ରହିଛି ‘ଚୁମ୍ବକ’। ତରଙ୍ଗ ଆପ୍‌ରେ ଏହି ୱେବ୍‌ ସିରିଜ୍‌କୁ ଆପଣମାନେ ଦେଖିପାରିବେ।

 

 

 



from Odisha Reporter https://ift.tt/2waFczC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages