ସ୍ପେଶାଲ ଫୋକସ୍ ଷ୍ଟେଟ୍ ଦାବି କଲେ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 27, 2020

ସ୍ପେଶାଲ ଫୋକସ୍ ଷ୍ଟେଟ୍ ଦାବି କଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଗାତର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଓଡ଼ିଶା। ତେଣୁ ଏହାକୁ ସ୍ପେଶାଲ ଫୋକସ୍ ଷ୍ଟେଟ୍ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଲୋକସେବା ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୂର୍ବାଞ୍ଚଳ ପରିଷଦ ବୈଠକରେ ଏପରି ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିଲାଗି ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍ ପାଇଁ ମଧ୍ୟ ଦାବି କରିଛନ୍ତି।

ଏହାବାଦ ବ୍ୟାଙ୍କ, ଟେଲି ଯୋଗାଯୋଗ, ରେଲେଓ୍ୱ ଏବଂ ସଡ଼କର ବିକାଶ ପ୍ରସଙ୍ଗ ମଧ୍ୟ ଦାବି ସମ୍ପର୍କରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ଟେଲି, ବ୍ୟାଙ୍କ, ରେଳ ଓ ରୋଡ୍ ଘନତ୍ୱରେ ପୂର୍ବାଞ୍ଚଳ ନିମ୍ନରେ ରହିଛି। ଜାତୀୟ ହାର ସ୍ତରକୁ ଆଣିବାକୁ ହେଲେ ଅଧିକ କେନ୍ଦ୍ରୀୟ ଅନୁଦାନ ଆବଶ୍ୟକ । ଏହି ସମସ୍ତ କ୍ଷେତ୍ରରେ କେନ୍ଦ୍ର ଦେଉଥିବା ଅନୁଦାନକୁ ଦୁଇଗୁଣା କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।

୨୦୧୨ ପରଠାରୁ କୋଇଲା ରୟାଲଟି ବ୍ୟବସ୍ଥାରେ ସଂଶୋଧନ ହୋଇନାହିଁ। ଏହା ସଂଶୋଧନ ହେବା ଆବଶ୍ୟକ ବୋଲି ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ କୋଇଲା ଉତ୍ତୋଳନ କ୍ଷେତ୍ରରେ ମଧ୍ୟ ଅଧିକ ରୟାଲଟି ଦାବି କରିଛନ୍ତି। ଏହି ସମସ୍ତ ଦାବି ସହ ସହରାଞ୍ଚଳକୁ କେନ୍ଦ୍ରୀୟ ଅନୁଦାନ ପ୍ରଦାନରେ ବିଳମ୍ବ, ଧାନ କିଣାରେ ସବ୍‌ସିଡି ନଦେବା, ରେଲେଓ୍ୱ ପ୍ରକଳ୍ପର ବିକାଶ ନେଇ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ବୈଠକରେ ପଶ୍ଚିମବଙ୍ଗ ଓ ବିହାର ମୁଖ୍ୟମନ୍ତ୍ରୀଙ୍କ ସମେତ ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ଯୋଗ ଦେଇଛନ୍ତି।



from Odisha Reporter https://ift.tt/2TlySNI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages