ଇଭାଙ୍କା ଟ୍ରମ୍ପଙ୍କୁ ଆଲିଙ୍ଗନ କଲେ ଏହି ଭାରତୀୟ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 24, 2020

ଇଭାଙ୍କା ଟ୍ରମ୍ପଙ୍କୁ ଆଲିଙ୍ଗନ କଲେ ଏହି ଭାରତୀୟ ମହିଳା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନ ପାଇଁ ଭାରତ ଆସିଛନ୍ତି।  ଗତକାଲି ନିଜ ପରିବାର ସହ ଭାରତରେ ପହଞ୍ଚିବାପରେ ଟ୍ରମ୍ପ ଅହମ୍ମଦାବାଦ ଯାଇଥିଲେ। ସେଠାରୁ ସେ ସାବରମତି ଆଶ୍ରମ ଏବଂ ପରେ ଗୁଜରାଟର ମୋଟେରା ଷ୍ଟାଡିୟମ ଯାଇଥିଲେ। ମୋଟେରା ଷ୍ଟାଡିୟମରେ ଲକ୍ଷାଧିକ ଲୋକଙ୍କ ଉପସ୍ଥିତିରେ ସେ ନିଜର ଅଭିଭାଷଣ ରଖିଥିଲେ। ସେଠାରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ସରିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ଜଣେ ଭାରତୀୟ ମହିଳା ଆଲିଙ୍ଗନ କରିଥିଲେ। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। କେବଳ ଆଲିଙ୍ଗନ କରିନଥିଲେ ଉକ୍ତ ମହିଳା ଜଣଙ୍କ ଇଭାଙ୍କାଙ୍କୁ କାର୍ଯ୍ୟକ୍ରମ କେମିତି ଲାଗିଲା ବୋଲି ମଧ୍ୟ ପଚାରିଥିଲେ। ଯାହାର ଉତ୍ତରରେ ଇଭାଙ୍କା କହିଥିଲେ, ବହୁତ ବଢ଼ିଆ।

ସୂଚନାଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ ଗୁଜରାଟର ମୋଟେରା ଷ୍ଟାଡିୟମରେ ନମସ୍ତେ କହି ନିଜ ଅଭିଭାଷଣର ଆରମ୍ଭ କରିଥିଲେ। ଏଥିସହ ସେ କହିଥିଲେ, ଏଠାକୁ ଆସିବା ମୋ ପାଇଁ ଏକ ସମ୍ମାନଜନକ କଥା। ଆମେରିକା ଭାରତ ପାଇଁ ସବୁବେଳେ ଏକ ବିଶ୍ୱସନୀୟ ବନ୍ଧୁ ହୋଇରହିଛି ଏବଂ ଆଗକୁ ମଧ୍ୟ ରହିବ। ଭବ୍ୟସ୍ୱାଗତ ପାଇଁ ଭାରତକୁ ବହୁତ ବହୁତ ଧନ୍ୟବାଦ। ଆମେରିକା ସବୁବେଳେ ଭାରତକୁ ଭଲ ପାଇ ଆସିଛି। ଏତେ ବଡ଼ ଗଣତାନ୍ତ୍ରିକ ଦେଶକୁ ଆମେରିକା ସମ୍ମାନ କରେ। ସବୁଠୁ ବଡ଼ ଷ୍ଟାଡିୟମରେ ଏମିତି ସ୍ୱାଗତ ପାଇ ମୁଁ ଖୁସି। ୧.୨୫ ଲକ୍ଷ ଲୋକଙ୍କର ଏମିତି ସ୍ୱାଗତ ପାଇଁ ଧନ୍ୟବାଦ।



from Odisha Reporter https://ift.tt/38YHLDh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages