ନୂଆଦିଲ୍ଲୀ: ରେକର୍ଡ ଭାଙ୍ଗିଲା ସୁନା ଦର। ଭାରତରେ ସୁନା ଦର ପ୍ରତି ୧୦ ଗ୍ରାମ୍କୁ ୪୪ ହଜାର ଟଙ୍କା ଟପିଛି। ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ଅନ୍ତର୍ଜାତୀୟ ମାର୍କେଟରେ ସୁନା ମୂଲ୍ୟର ୨.୫ ପ୍ରତିଶତ ବୃଦ୍ଧି ପାଇଛି।
ଗତ ୭ ବର୍ଷ ମଧ୍ୟରେ ସବୁଠୁ ଉଚ୍ଚରେ ପହଞ୍ଚିଛି ସୁନା ଦର। ଆଜି ଦିଲ୍ଲୀରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୪୪ ହଜାର ୧୫୦ ଟଙ୍କା ରହିଛି। ଚୀନରେ କରୋନା ଭାଇରସ୍କୁ ନେଇ ସୁନା ମାର୍କେଟରେ ଏଭଳି ବୃଦ୍ଧି ହୋଇଥିବା କୁହାଯାଉଛି।
ରୁପା ଦର ମଧ୍ୟ ବଢ଼ିବାରେ ଲାଗିଛି। ରୁପା ଦର ୦.୫୮ ପ୍ରତିଶତ ବୃଦ୍ଧି ହୋଇ କିଲୋ ପିଛା ୪୮ ହଜାର ଟଙ୍କା ପାର୍ ହୋଇଛି। ନିବେଶକଙ୍କ ଅନୁସାରେ ଆଗକୁ ସୁନା ଓ ରୁପା ଦର ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏପରିକି ଏହା ୪୫ ହଜାର ଟଙ୍କା ମଧ୍ୟ ଟପିପାରେ ବୋଲି ଆକଳନ କରାଯାଉଛି।
from Odisha Reporter https://ift.tt/38YHNen
No comments:
Post a Comment