ଲେଖକ ନରେନ୍ଦ୍ର ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 25, 2020

ଲେଖକ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ୱକୁ ନେଇ “ବିଚାର”ର ଯେତେ ଧ୍ରୁବୀକରଣ କରାଯାଉଛି, ସେତେ ସାର୍ବଜନିକ ଜୀବନରେ ସକ୍ରିୟ ଅନ୍ୟ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱକୁ ନେଇ ପ୍ରାୟତଃ କମ୍ ଚର୍ଚ୍ଚା ହୋଇଥାଏ। ଶ୍ରୀ ମୋଦିଙ୍କ ଲେଖକୀୟ ପ୍ରତିଭାକୁ ନେଇ ପରସ୍ପର ବିରୋଧୀ ବିଚାର ମଧ୍ୟରେ ଆଜି ଦିନରେ ବି ଗଭୀର ସମୀକ୍ଷା କରାଯାଇଛି। ଶ୍ରୀ ମୋଦିଙ୍କ କବିତା, ଗଳ୍ପ ସଂପର୍କରେ ସଂକ୍ଷିପ୍ତ ଦୃଷ୍ଟିପାତ କରିବା ପୂର୍ବରୁ ତାଙ୍କ ଲେଖା ସଂପର୍କରେ ଏତିକି କହିବା ଉଚିତ୍ ହେବ ଯେ, ଏହା ଈଶ୍ୱରକୃତ ବା ନିୟତିକୃତ, ନିୟମରହିତ ଏବଂ ଆନନ୍ଦଦାୟିନୀ। ଆତ୍ମାର ମୁକ୍ତାବସ୍ଥା-ଜ୍ଞାନଦଶା, ହୃଦୟର ମୁକ୍ତାବସ୍ଥାରୁ ତାଙ୍କ କବିତାର ପ୍ରବାହ ବେଶ୍‌ ଚଳମାନ ଏବଂ ଲୋକାଭିମୁଖି। ହୃଦୟର ଏହି ମୁକ୍ତି ସାଧନା ପାଇଁ ମନୁଷ୍ୟ ପାଇଁ ଯେଉଁ ଶବ୍ଦ ଆସେ, ତାହାକୁ ତ କବିତା କୁହାଯାଏ।

କବିତା ହେଉଛି, ଅନନ୍ତ ଉପରେ ମୁକ୍ତ କବାଟ। ଇଂରେଜ କବି “ଇଲିୟଟ୍‌’ଙ୍କ ପାଇଁ କବିତା ବ୍ୟକ୍ତିତ୍ୱର ଅଭିବ୍ୟକ୍ତ ନୁହେଁ, ପରନ୍ତୁ ବ୍ୟକ୍ତିତ୍ୱର ପଳାୟନ। କବିଙ୍କ କବିତା ହେଉଛି, ଝରଣାର ଜଳ ଭଳି ବିଚାରର ପ୍ରବାହ। ଲେଖକ ନରେନ୍ଦ୍ର ମୋଦିଙ୍କ ଲେଖାଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଜୀବନୀ ଏବଂ କିଛି ପ୍ରସଙ୍ଗକୁ ନେଇ। ତାଙ୍କ ଲେଖାକୁ ପଢ଼ିଲେ ତାଙ୍କ ରାଜନୈତିକ ବା ପ୍ରଶାସନିକ ଜୀବନକୁ ସହଜରେ ବୁଝିହେବ। ତାଙ୍କ ଚିନ୍ତା, ବିଚାର ବା ସମ୍ୱେଦନାକୁ ବୁଝାଯାଇହେବ। କବିତାରେ ଶ୍ରୀ ମୋଦି ଦେଖିଥିବା, ଅନୁଭବ କରିଥିବା, କଳ୍ପନା କରିଥିବା ସ୍ଥିତି, ଘଟଣା, ବ୍ୟକ୍ତି ବା ବସ୍ତୁର ଭାବାଭିବ୍ୟକ୍ତ କରିଛନ୍ତି। ଝରଣାରୁ ଗଡ଼ୁଥିବା ଜଳର କୋମଳ ଧ୍ୱନିକୁ ନିଜ କବିତାରେ ଏପରି ଶବ୍ଦରେ ବ୍ୟକ୍ତ କରିଛନ୍ତି ଯାହା ପାଠକଙ୍କ ହୃଦୟକୁ ଛୁଇଁଛି। ନରେନ୍ଦ୍ର ମୋଦି କେବଳ ଯେ ଜଣେ ରାଜନେତା ନୁହନ୍ତି, ସେ ମଧ୍ୟ ଜଣେ ପାଠକୀୟ ସ୍ୱୀକୃତି ପାଇଥିବା କବି-ଗାଳ୍ପିକ, ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ, କୋଟିକୋଟି ଲୋକଙ୍କ ଜୀବନର ଭବିଷ୍ୟତ ନିର୍ଦ୍ଧାରକ। ତାଙ୍କ ଲେଖାରେ ଦଳିତ-ବଞ୍ଚିତବର୍ଗଙ୍କୁ ସମାଜର ମୁଖ୍ୟଧାରାକୁ ଆଣିବା ପାଇଁ ରହିଛି ଆବେଗ-ଆବେଦନା, ସାମାଜିକ ଅଙ୍ଗୀକାରବଦ୍ଧତା।

“ସାକ୍ଷୀଭାବ”, “ଶ୍ରୀ ଗୁରୁଜୀ”, “ଜଣେ ସ୍ୱୟଂସେବକ”, “ଜ୍ୟୋତିପୁଞ୍ଜ”, “ଜରୁରୀ ପରିସ୍ଥିତିରେ ଗୁଜରାଟ”, “କନ୍‌ଭିନିଏଣ୍ଟ ଆକ୍ସନ୍‌” ଆଦି ପୁସ୍ତକକୁ ଅଧ୍ୟୟନ କଲେ ଲେଖକ ଶ୍ରୀ ମୋଦିଙ୍କ ମନୋବିଜ୍ଞାନ, କଳ୍ପନାଶୀଳତା, ସୌନ୍ଦର୍ଯ୍ୟ ବୋଧକୁ ଜାଣିହେବ। ତାଙ୍କ ଲିଖିତ “ଆଙ୍ଖ ଆ ଧନ୍ୟ ତଛ” (ଧନ୍ୟ ଅଟେ ଏହି ଆଖି) ଇଂରାଜୀ ଅନୁବାଦ ୨୦୧୪ ରେ “ଏ ଜର୍ଣ୍ଣିଂ”ରେ ପ୍ରକାଶିତ ହୋଇଛି। ତାଙ୍କ କବିତାରେ ରାଷ୍ଟ୍ରବାଦୀ ବିଚାର ଓ ହିନ୍ଦୁ ପରିଚୟ ମିଳେ। ତାଙ୍କ ଗଳ୍ପ ସଂକଳନ ହେଉଛି “ପ୍ରେମତୀର୍ଥ”।

ଶ୍ରୀ ମୋଦି ତାଙ୍କ କବିତା ସଂପର୍କରେ କୁହନ୍ତି- ବସ୍ତୁର ପ୍ରେରଣା, ପ୍ରକୃତି, ପରିବେଶ ସୁରକ୍ଷା ହେଉଛି ତାଙ୍କ କବିତାର ବିଷୟ, ବିଶେଷତ୍ୱ। କବି ନରେନ୍ଦ୍ରଙ୍କ କବିତା ପଢ଼ିଲେ ବୁଝାଯାଏ ସେ ଭାବବିହ୍ୱଳ ସତ ବିରହ-ବେଦନାରୁ ଦୂରରେ ରହି ବିଶାଳ ମାନବତାର ମହାସମୁଦ୍ରରେ ମିଶି ସେ ସ୍ଥିର ହୋଇଯାଇଛନ୍ତି। ନରେନ୍ଦ୍ର ମୋଦିଙ୍କ କବିତା, ଗଳ୍ପର ସାହିତ୍ୟିକ ଗୁରୁତ୍ୱ ଉପରେ ବିଚାର ଏବଂ ନିଷ୍ପତ୍ତିର ଅଧିକାର ନିଶ୍ଚିତ ସାହିତ୍ୟରେ ବିଦ୍ୱାନ ତଥା ଉଚ୍ଚତର ପାଠକଙ୍କର। କିନ୍ତୁ ପାଠାତ୍ମକ ଦୃଷ୍ଟିକୋଣରୁ ତାଙ୍କ ଲେଖା ନା କେବଳ ଲେଖକ- ଏହାର ପରିବେଶର ପ୍ରବେଶଦ୍ୱାର, ପରନ୍ତୁ ଭାରତ ଭଳି ଉତ୍ତର-ଔପନିବେଶିକ ସମାଜର ଆଭ୍ୟନ୍ତରୀଣ ବିଚାର-ତରଙ୍ଗର ସ୍ୱର ମଧ୍ୟ।

ଅଟଳ ବିହାରୀ ବାଜପେୟୀଙ୍କ ଭଳି ନରେନ୍ଦ୍ର ମୋଦିଙ୍କ କବିତାରେ ରହିଛି ଭାବ, ଭାବାବେଗ, ବଞ୍ଚିତଙ୍କ ପାଇଁ ସ୍ୱର। ରାଷ୍ଟ୍ରବାଦୀ ମୋଦି କେବଳ ଜଣେ ସଫଳ ରାଜନେତା ନୁହନ୍ତି, ସେ ମଧ୍ୟ ସୁବକ୍ତା, କୁଟନୀତିଜ୍ଞ ସହ କବି ଓ ଲେଖକ। କବି ଓ ଲେଖକ ନରେନ୍ଦ୍ର ମୋଦି ଆଧ୍ୟାତ୍ମିକତାକୁ ଆପଣେଇ ସଂସାରର ସାରକଥାକୁ ନିଜ କବିତାଗୁଡ଼ିକରେ ସ୍ଥାନିତ କରିବା ପାଇଁ ଉଦ୍ୟମ କରିଛନ୍ତି। ନରେନ୍ଦ୍ର ମୋଦିଙ୍କୁ ବିରୋଧୀ ରାଜନେତାଙ୍କ ଦ୍ୱାରା ଏକଛତ୍ରବାଦୀ ଓ ହିଟଲରଙ୍କ ସହ ତୁଳନା କରାଯାଏ। ତର୍କ-ବିତର୍କ ଏବଂ ବିତର୍କିତ ତଥା ଚର୍ଚ୍ଚିତ ଜାତୀୟ ନେତା ଭାବରେ ମୋଦି ସର୍ବଦା ବିରୋଧୀଙ୍କ ବିତର୍କ ବଳୟରେ। କିନ୍ତୁ ତାଙ୍କ ଭିତରେ ଯେ, ମାନବିକତା ଓ ମାନବୀୟ ପ୍ରେମ ତଥା ମାନବୀୟ ମୂଲ୍ୟବୋଧର ଉପସ୍ଥିତି ରହିଛି ତାହା ତାଙ୍କ କବିତା ଓ ଲେଖା ପଢ଼ିଲେ ଜଣାପଡେ଼।



from Odisha Reporter https://ift.tt/2v8LboC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages