ଚୋରି କରିବାକୁ ଆସି ଗଣଦୁଷ୍କର୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 25, 2020

ଚୋରି କରିବାକୁ ଆସି ଗଣଦୁଷ୍କର୍ମ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଚୋରି କରିବାକୁ ଆସି ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଏପରି ଲଜ୍ଜାଜନକ ଘଟଣା ଘଟିଛି।

ଗତ ରବିବାର ରାତିରେ ୭ ଜଣ ଯୁବକ ଚୋରି କରିବା ପାଇଁ ଗୋଟିଧାରାରେ ଥିବା ଏକ କ୍ରସରରେ ପଶିଥିଲେ। ଚୋରମାନେ ଉକ୍ତ କ୍ରସରରୁ ଚୋରି କରିବା ପରେ ସେଠାରେ ଥିବା ଏକ ଘରେ ପଶିଥିଲେ। ଉକ୍ତ ଘରର ତଳ ମହଲାରେ କେୟାରଟେକର୍‌ ଶୋଇଥିବା ବେଳେ ତାଙ୍କ ସ୍ତ୍ରୀ ଉପର ମହଲାରେ ଥିଲେ। ଚୋରମାନେ କେୟାରଟେକର୍‌ଙ୍କୁ ଭୟଭୀତ କରି ଉପର ମହଲାରେ ଥିବା ତାଙ୍କ ପତ୍ନୀଙ୍କୁ  ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏହାପରେ ଚୋରମାନେ ଉକ୍ତ କ୍ରସରରୁ ଲକ୍ଷାଧତ୍କ ଟଙ୍କାର ସାମଗ୍ରୀ ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ଛାନିଭିନ ଆରମ୍ଭ କରିଥିଲେ ମଧ୍ୟ ଏହି ଘଟଣାରେ କାହାକୁ ଗିରଫ କରିନାହିଁ।



from Odisha Reporter https://ift.tt/390IxQn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages