ବିଚ୍ଛିନ୍ନାଞ୍ଚଳରେ ନକ୍ସଲ ଓ ନକ୍ସଲ ବିରୋଧୀଙ୍କ ମଧ୍ୟରେ ପୋଷ୍ଟର ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 1, 2020

ବିଚ୍ଛିନ୍ନାଞ୍ଚଳରେ ନକ୍ସଲ ଓ ନକ୍ସଲ ବିରୋଧୀଙ୍କ ମଧ୍ୟରେ ପୋଷ୍ଟର ଲଢ଼େଇ

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ବର୍ତ୍ତମାନ ପୋଷ୍ଟର ଓ ବ୍ୟାନର ଲଢ଼େଇ ଚାଲିଛି। ଯୋଡ଼ାମ୍ବ ଓ ପଣସପୁଟ ପଞ୍ଚାୟତର ବିଭିନ୍ନ ସ୍ଥାନରେ ନକ୍ସଲ ପୋଷ୍ଟର ସହିତ ନକ୍ସଲ ବିରୋଧୀ ପୋଷ୍ଟର ଏବଂ ବ୍ୟାନର ଦେଖିବାକୁ ମିଳିଛି।

ପ୍ରଶାସନର ସହାୟତା ଠାରୁ ବିଚ୍ଛିନ୍ନାଞ୍ଚଳବାସୀ ଦୂରେଇ ରହିବା ପାଇଁ ନକ୍ସଲ ପୋଷ୍ଟରରେ କଡ଼ା ଚେତାବନୀ ଦିଆଯାଇଛି। ଏହାସହ ଜନ୍ତୁରାଇ ଗାଁରେ ନକ୍ସଲ ସହଯୋଗୀ ଆଡ଼ମା ଓ ଜିପ୍ରୋ ଉପରେ ଆକ୍ରମଣ ପଛରେ ପୁଲିସର ହାତ ଅଛି ବୋଲି ଲେଖାଯାଇଥିବା ବେଳେ ଏହାର ନେତୃତ୍ୱ ନେଇଥିବା ଚୈତନ, ଗୋବିନ୍ଦ, ମନୁ ଓ ପ୍ରହ୍ଲାଦଙ୍କୁ ସୁନିଶ୍ଚିତ ଦଣ୍ଡ ମିଳିବ ବୋଲି କହିଛନ୍ତି। ପୁଲିସ ସେମାନଙ୍କୁ କେତେ ଦିନ ସୁରକ୍ଷା ଦେବ ବୋଲି ବି ଏଥିରେ ଉଲ୍ଲେଖ ରହିଛି।

ଅନ୍ୟପକ୍ଷରେ ମାଲକାନଗିରି ଆଦିବାସୀ ବିକାଶ ପରିଷଦ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ନକ୍ସଲଙ୍କ କାର୍ଯ୍ୟକଳାପ ବିରୋଧରେ ବ୍ୟାନର ଲଗାଯାଇଛି ଓ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ କରାଯାଇଛି। ଏଥିରେ ଲେଖାଯାଇଛି ଯେ ନକ୍ସଲମାନେ ବିଚ୍ଛିନ୍ନା ଅଞ୍ଚଳର ବିକାଶ ଚାହାନ୍ତି ନାହିଁ। ଏହି ଅଞ୍ଚଳରେ ବିକାଶ କାର୍ଯ୍ୟକୁ ବିରୋଧ କରି ରାସ୍ତା କାମ କରାଇ ଦେଉ ନାହାନ୍ତି। ରାସ୍ତା କାମରେ ନିୟୋଜିତ ଥିବା ଯନ୍ତ୍ରପାତି ଓ ଗାଡ଼ି ପୋଡ଼ି ଦେଉଛନ୍ତି। ନକ୍ସଲମାନେ ଦେଶ ବିରୋଧୀ, ଜନ ବିରୋଡ଼ୀ, ଓ ଜନ ହିତ ବିରୋଧୀ ବୋଲି ବ୍ୟାନରରେ କୁହାଯାଇଛି। ଏଥିସହ ବିଚ୍ଛିନ୍ନାଞ୍ଚଳବାସୀ ବିକାଶମୂଳକ କାମରେ ସହଯୋଗ କରନ୍ତୁ ବୋଲି ଆହ୍ୱାନ ଦିଆଯାଇଛି। ନକ୍ସଲ କଥା ନଶୁଣିଲେ ରାସ୍ତାହେବ,ସ୍କୁଲ ହେବ,ହସ୍ପିଟାଲ ହେବ ଓ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଜାରି ରହିବ ବୋଲି ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ, ଜାନୁଆରୀ ୨୫ ତାରିଖରେ ଚିତ୍ରକୋଣ୍ଡା ବିଚ୍ଛିନା ଅଞ୍ଚଳରେ ୩ ଖଣ୍ଡ ଗ୍ରାମବାସୀ ଓ ନକ୍ସଲଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଜଣେ ନକ୍ସଲ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିଲେ।



from Odisha Reporter https://ift.tt/36R0XkK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages